ସ୍ୱେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ବିଜେପି ଟିକଟର ବିଧାନସଭା ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା

ପାଟଣା – ବିହାର ସରକାର ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିନେଇଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ ଆଗାମୀ ବିଧାନସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ସେ ରାଜ୍ୟର ବକ୍ସର ଆସନରୁ ନିର୍ବାଚନ ଲଢିପାରନ୍ତି । ତାଙ୍କୁ ବିଜେପି ଟିକେଟ ଦେବାପାଇଁ କୁଆଡେ ଆଶ୍ୱାସନା ଦେଇଛି ବୋଲି ଚର୍ଚ୍ଚା ହେଉଛି ।

ଡିିଜିପି ଥାଇ ବି ରାଜନୈତିକ ବୟାନବାଜି ପାଇଁ ଚର୍ଚ୍ଚାରେ ରହୁଥିଲେ ଗୁପ୍ତେଶ୍ୱର ପାଣ୍ଡେ । ନିକଟରେ ସେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ । ଏହି ମାମଲାରେ ସେ ମୁମ୍ବାଇ ପୋଲିସ ପ୍ରତି ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଥିଲେ ।

Comments are closed.