ମା’ ହେଲେ ବିପାଶା ବସୁ

ମୁମ୍ବାଇ: ବିବାହର ୬ ବର୍ଷ ପରେ ବଲିଉଡ ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ମା’ବାପା ହୋଇଛନ୍ତି । ବିପାଶା ଆଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ଚଳିତ ବର୍ଷ ଅଗଷ୍ଟରେ ବିପାଶା ଏବଂ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭର ସେମାନେ ପ୍ରଥମ ସନ୍ତାନର ଅପେକ୍ଷାରେ ଅଛନ୍ତି ବୋଲି ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । ବିପାଶା ଇନଷ୍ଟାଗ୍ରାମରେ ତାଙ୍କ ବେବି ବମ୍ପ୍ ଫଟୋ ମଧ୍ୟ ସେୟାର କରିଥିଲେ ।

ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୩୦ ଏପ୍ରିଲ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Comments are closed.