ବିଜେଡି ପ୍ରତିଷ୍ଠା ଦିବସ : ସୁପ୍ରିମୋ ନବୀନଙ୍କ ସମ୍ବୋଧନ, ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ,ଜାତୀୟ ଦଳଙ୍କୁ ସମାଲୋଚନା

ଭୁବନେଶ୍ୱର- ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ଦଳର ମୁଖ୍ୟାଳୟରେ ଆୟୋଜିତ ସମାବେଶକୁ ଉଦବୋଧନ ଦେଇଛନ୍ତି ନବୀନ । ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇଛନ୍ତି ନବୀନ । ସେ କହିଛନ୍ତି ଯେ, ମହିଳା ସଶକ୍ତିକରଣ ତାଙ୍କର ସବୁଠୁ ପ୍ରିୟ କା ର୍ଯ୍ୟକ୍ରମ । ମାଆ ଆଗେଇଲେ ଦେଶ ଆଗେଇବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

ଏପ୍ରସଙ୍ଗରେ ଜାତୀୟ ଦଳଗୁଡିକର ଆଭିମୁଖ୍ୟକୁ ବି କଡା ସମାଲୋଚନା କରିଛନ୍ତି ନବୀନ । ମହିଳାଙ୍କୁ ନେଇ ଜାତୀୟ ଦଳଗୁଡିକ ବଡ ବଡ କଥା କହୁଛନ୍ତି । ମାତ୍ର ନିର୍ବାଚନ ସରିବା ପରେ ମହିଳାଙ୍କ କଥା ଭୁଲିଯାଉଛନ୍ତି ବୋଲି ବିଜେଡି ସଭାପତି କହିଛନ୍ତି । ଘର ଚଳାଉଥିବା ମାଆ ଓ ଭଉଣୀମାନେ ପଂଚାୟତ ଓ ଜିଲ୍ଲା ପରିଷଦ ମଧ୍ୟ ସମାନ ଭାବେ ଚଳାଇପାରିବେ ବୋଲି ସ୍ୱର୍ଗତଃ ବିଜୁ ପଟ୍ଟନାୟକ କହିଥିବା କଥା ମନେ ପକାଇଛନ୍ତି ନବୀନ ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଦେଶର ଏକମାତ୍ର ଦଳ ଭାବେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେଇଥିଲା । ସଂସଦରେ ମଧ୍ୟ ମହିଳାଙ୍କୁ ସଂରକ୍ଷଣ ପାଇଁ ଆମେ ସଂଗ୍ରାମ ଜାରି ରଖିଥୁ ବୋଲି ନବୀନ କହିଛନ୍ତି ।

Comments are closed.