ଏମଏସପି ସଂପର୍କିତ ସ୍ୱାମୀନାଥନ କମିଟ ସୁପାରିଶ ଲାଗୁ ଉପରେ ନବୀନଙ୍କ ଗୁରୁତ୍ୱ, ଚାଷୀଙ୍କ ସ୍ୱାର୍ଥ ହିଁ ତାଙ୍କ ସରକାରଙ୍କ ପ୍ରାଥମିକତା, କୃଷି ବିଲ୍ ତର୍ଜମା ପାଇଁ ଗଠନ ହେବ କମିଟି

ଭୁବନେଶ୍ୱର- କୃଷକଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଏମ.ଏସ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବାକୁ ବିଜେଡି ଲଢେଇ କରିବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ବିଜେଡିର ବିଧାୟକ ଦଳ ବୈଠକକୁ ସମ୍ବୋଧନ କରି ନବୀନ କହିଛନ୍ତି ଯେ, କୃଷକଙ୍କ ସ୍ୱାର୍ଥରକ୍ଷା ହିଁ ତାଙ୍କ ସରକାରଙ୍କ ପ୍ରାଥମିକତା । ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କଲେ ହିଁ କୃଷକଙ୍କୁ ଫାଇଦା ହେବ ବୋଲି ନବୀନ କହିଛନ୍ତି । କୃଷକଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜେଡି ପାର୍ଲାମେଂଟରେ କୃଷି ବିଲକୁ ବିରୋଧ କରି ଏହାକୁ ସଂସଦୀୟ କମିଟିକୁ ପଠାଇବା ପାଇଁ କହିଥିଲା ।

କୃଷକଙ୍କ ସ୍ୱାର୍ଥରକ୍ଷା ପାଇଁ ଯେକୌଣସି ପଦକ୍ଷେପକୁ ବିଜେଡି ସମର୍ଥନ କରିବ ବୋଲି ସେ କହିଛନ୍ତି । ବର୍ତମାନ ଆଇନରେ ପରିଣତ ହୋଇଥିବା ନୂଆ କୃଷି ବିଧେୟକର ତର୍ଜମା ପାଇଁ ତାଙ୍କ ସରକାର ବିଜେଡି ବିଧାୟକ ଓ ସାଂସଦଙ୍କୁ ନେଇ କମିଟି ଗଠନ କରିବ ବୋଲି ସୂଚନା ଦେଇଛନ୍ତି ନବୀନ ।

Comments are closed.