ବିଜେଡିରେ ଯୋଗ ଦେଲେ ବରୀର ପୂର୍ବତନ ବିଜେପି ନେତା ବିଶ୍ୱରଂଜନ ମଲ୍ଲିକ

ଭୁବନେଶ୍ୱର- ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଯାଜପୁରର ବରୀର ନେତା ବିଶ୍ୱରଂଜନ ମଲ୍ଲିକ । ଗତ ୨୦ ତାରିଖରେ ବିଜେପି ଛାଡିଥିଲେ ବରିଷ୍ଠ ନେତା ବିଶ୍ୱରଂଜନ । ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ । ୨୦୧୯ ନିର୍ବାଚନରେ ବିଶ୍ୱରଂଜନ ବିଜେପି ଟିକେଟରେ ବରୀରୁ ବିଧାୟକ ପ୍ରାର୍ଥୀ ଥିଲେ । ବିଶ୍ୱରଂଜନ ଓ ଅନ୍ୟ ତିନି ନେତା ମଧ୍ୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱରଂଜନ ଦଳରେ ସାମିଲ ହୋଇଛନ୍ତି । ବରୀରେ ବିଜେଡି ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ , ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗ ଦେଇଥିଲେ ।

ସେପଟେ କଂଗ୍ରେସ ଛାଡିଥିବା ପ୍ରଦୀପ ମାଝି ଆସନ୍ତା ୬ ତାରିଖରେ ବିଜେଡିରେ ସାମିଲ ହେବା ସମ୍ଭାବନା ରହିଛି ।

Comments are closed.