ଦିନକୁ ମାତ୍ର ଦୁଇ ଘଣ୍ଟା ଶୁଅନ୍ତି ମୋଦି !

କୋହ୍ଲାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମାତ୍ର ଦୁଇ ଘଣ୍ଟା ଶୋଇଥାନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏଭଳି ଦାବି କରିଛନ୍ତି । ପାଟିଲ କହିଛନ୍ତି ଯେ ମୋଦି ଏକ ପରୀକ୍ଷା କରୁଛନ୍ତି ଯାହା ଫଳରେ ତାଙ୍କୁ ଆଉ ଶୋଇବାକୁ ପଡ଼ିବନି ଏବଂ ସେ ଯେପରି ଦେଶ ପାଇଁ ୨୪ ଘଣ୍ଟା କାମ କରିପାରିବେ। କୋହ୍ଲାପୁର ଉତ୍ତର ବିଧାନସଭା ଉପନିର୍ବାଚନ ପୂର୍ବରୁ କୋହ୍ଲାପୁରରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ପାଟିଲ ଏଭଳି କହିଛନ୍ତି।

ସେ ଦାବି କରିଛନ୍ତି ଯେ ପିଏମ ମୋଦି କେବଳ ଦୁଇ ଘଣ୍ଟା ଶୁଅନ୍ତି ଏବଂ ପ୍ରତିଦିନ ୨୨ ଘଣ୍ଟା କାମ କରୁଛନ୍ତି। ସେ ବର୍ତ୍ତମାନ ଏକ ପରୀକ୍ଷା କରୁଛନ୍ତି ଯାହା ଦ୍ଵାରା ତାଙ୍କୁ ଶୋଇବାର ଆବଶ୍ୟକତା ପଡ଼ିବ ନାହିଁ | ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମିନିଟ୍ କାମ କରନ୍ତି ବୋଲି ପାଟିଲ ଦାବି କରିଛନ୍ତି ।

ପାଟିଲ କହିଛନ୍ତି ଯେ ମୋଦି ନିଦକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ଵାରା ସେ ୨୪ ଘଣ୍ଟା ଉଜାଗର ରହି ଦେଶ ପାଇଁ କାମ କରିପାରିବେ। ସେ କହିଛନ୍ତି ଯେ ସେ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରନ୍ତି ନାହିଁ। ବିଜେପି ନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରନ୍ତି ଏବଂ ଦେଶର କୌଣସି ଦଳରେ ଘଟୁଥିବା ଘଟଣା ବିଷୟରେ ଅବଗତ ଅଛନ୍ତି ।

Comments are closed.