ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ବିଜେପି ସାଂସଦ ଅର୍ଜୁନ ସିଂହ

କୋଲକାତା: ପଶ୍ଚିମବଙ୍ଗର ବାରାକପୁରର ବିଜେପି ସାଂସଦ ଅର୍ଜୁନ ସିଂହ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଅର୍ଜୁନ ସିଂହ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ସିଂହ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଏବଂ ବାରାକପୁରରରୁ ସାଂସଦ ହୋଇଥିଲେ। ସିଂ ଭଟପାରାରୁ ଚାରିଥର ବିଧାୟକ ମଧ୍ୟ ହୋଇଛନ୍ତି। ଗତ ୧୧ ମାସ ମଧ୍ୟରେ ପଶ୍ଚିମବଙ୍ଗ ବିଜେପିର ପାଞ୍ଚ ବଡ଼ ନେତା ଦଳ ଛାଡିଛନ୍ତି।

୨୦୧୯ରେ ଲୋକସଭା ନିର୍ବାଚନରେ ​​ତାଙ୍କୁ ଟିକେଟ୍ ଦିଆଯିବା ପରେ ଅର୍ଜୁନ ସିଂହ ବିଜେପିରେ ଯୋଗ ଦେଇଥିଲେ। ବାରାକରପୁର ଆସନରୁ ସେ ଟିଏମସି ଭେଟେରାନ ଦୀନେଶ ତ୍ରିବେଦୀଙ୍କୁ ପରାସ୍ତ କରିଥିଲେ। ଅବଶ୍ୟ ତ୍ରିବେଦୀ ମଧ୍ୟ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ।

ପୂର୍ବରୁ ଟାଣୁଆ ନେତା ମୁକୁଲ ରୟ ୨୦୨୧ ମସିହା ଜୁନ୍ ମାସରେ ବିଜେପି ଛାଡି ତୃଣମୂଳ କଂଗ୍ରେସକୁ ଫେରି ଆସିଥିଲେ। ଏହା ପରେ ରାଜୀବ ବାନାର୍ଜୀ, ବାବୁଲ ସୁପ୍ରିୟୋ, ବିଶ୍ୱଜିତ ଦାସଙ୍କ ଭଳି ନେତାମାନେ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ରାଜୀବ ବାନାର୍ଜୀ ତ୍ରିପୁରାର ଦାୟିତ୍ୱରେ ଥିବାବେଳେ ବାବୁଲ ସୁପ୍ରିୟୋ ସାଂସଦ ପଦରୁ ଇସ୍ତଫା ଦେଇ ବିଧାୟକ ହୋଇଛନ୍ତି।

Comments are closed.