ବିଜେପି ସାଂସଦ ରତନଲାଲ କଟାରିଆଙ୍କ ପରଲୋକ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ଅମ୍ବାଲା ସାଂସଦ ରତନଲାଲ କଟାରିଆଙ୍କ ପରଲୋକ ହୋଇଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ କଟାରିଆ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଚଣ୍ଡିଗଡ଼ର ପିଜିଆଇରେ ଭର୍ତ୍ତି ହୋଇଥିଲେ। ତାଙ୍କ ଦେହାନ୍ତରେ ଲୋକସଭା ବାଚସ୍ପତି ଓମ ବିର୍ଲା ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ବହୁ ବିଜେପି ନେତା ଶୋକ ପ୍ରକାଶ କରିଛନ୍ତି।

ପାଞ୍ଚ ଦଶନ୍ଧି ଧରି ଆରଏସଏସର ଜଣେ ସକ୍ରିୟ ସଦସ୍ୟ ରହିଆସିଥିବା ରତନଲାଲ କଟାରିଆ ୧୯ ଡିସେମ୍ବର ୧୯୫୧ରେ ହରିୟାଣାର ଯମୁନାନଗର ଜିଲ୍ଲାର ସନ୍ଧଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ପରେ ସେ ଏଲ୍ଏଲବି ମଧ୍ୟ କରିଥିଲେ। ସେ ପ୍ରଥମେ ୧୯୫୮ରେ ରାଧୋରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୦ ରୁ ୨୦୦୩ ପର୍ଯ୍ୟନ୍ତ ଦଳର ହରିୟାଣା ରାଜ୍ୟ ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ସେ ତିନିଥର (୧୯୯୯, ୨୦୧୪ ଓ ୨୦୧୯) ଲୋକସଭାକୁ ନିର୍ବାଚିତ ହୋଇଥିଲେ । ରତନଲାଲ ମୋଦୀ ସରକାରରେ ଜଳଶକ୍ତି ଏବଂ ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରୀ ମଧ୍ୟ ଥିଲେ।

Comments are closed.