ଗୁଜୁରାଟରେ ପୂର୍ଣ୍ଣ ବହୁମତ ଆଡ଼କୁ ବିଜେପି, ହିମାଚଳରେ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି ।‌‌ ସଦ୍ୟତମ ଟ୍ରେଣ୍ଡ ମୁତାବକ ଗୁଜରାଟରେ ବିଜେପି ନିରଙ୍କୁଶ ବହୁମତ ଆଡ଼କୁ ଆଗେଇ ଚାଲିଛି । ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଗୁଜରାଟର ୧୮୨ ଆସନ‌ ମଧ୍ୟରୁ ବିଜେପି ୧୪୨ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୨୦ ଓ ଆମ୍ ଆଦମୀ ପାର୍ଟି (ଆପ୍) ୭ଟି ସିଟରେ ଆଗୁଆ ରହିଛନ୍ତି । ରାଜ୍ୟରେ ବିଜେପି କ୍ରମାଗତ ସପ୍ତମ ଥର ସରକାର ଗଢ଼ିବା ପଥରେ ଅଗ୍ରସର ହୋଇଛି ।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ୩୩ଟି ଓ ବିଜେପି ୩୧ଟି ଆସନରେ ଆଗୁଆ ରହିଛି । ଅନ୍ୟ ଦଳମାନେ ଅବଶିଷ୍ଟ ଆସନରେ ଅଗ୍ରଣୀ ରହିଛନ୍ତି ।

Comments are closed.