ଶକ୍ତି ମିଲ୍ ଗଣବଳାତ୍କାର ମାମଲା: ତିନି ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ୨୦୧୩ ଶକ୍ତି ମିଲ୍ ଗଣବଳାତ୍କାର ମାମଲାରେ ବମ୍ବେ ହାଇକୋର୍ଟ ତିନି ଦୋଷୀଙ୍କ ମୃତ୍ୟୁ ଦଣ୍ଡ ଉପରେ ରୋକ୍ ଲଗାଇଛନ୍ତି। ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୩ରେ ଶକ୍ତି ମିଲ୍ ଗଣବଳାତ୍କାରର ଦୁଇଟି ମାମଲା ଥିଲା । ଗୋଟିଏ ଫଟୋ ଜର୍ଣ୍ଣାଲିଷ୍ଟ ମାମଲା ଏବଂ ଅନ୍ୟଟି ଫୋନ୍ ଅପରେଟର ମାମଲା। ଏହି ଦୁଇଟି ମାମଲାର ଶୁଣାଣି ଏକାଠି ଚାଲିଥିଲା ​​। ଏହି ମାମଲାରେ ସମ୍ପୃକ୍ତ ତିନି ଅଭିଯୁକ୍ତ ମହମ୍ମଦ କାସିମ ହାଫିଜ ଶେଖ ଓରଫ୍ କାସୀମ ବଙ୍ଗାଳୀ, ମହମ୍ମଦ ସଲିମ ଅନସାରୀ ଏବଂ ବିଜୟ ମୋହନ ଯାଦବଙ୍କୁ ସେସନ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ । ଆଉ ଜଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହକୁ ପଠାଯାଇଥିଲା |

୨୨ ଅଗଷ୍ଟ ୨୦୧୩ରେ ଏକ ମାଗାଜିନରେ କାମ କରୁଥିବା ଜଣେ ମହିଳା ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ ମହାଲକ୍ଷ୍ମୀ ସ୍ଥିତ ଶକ୍ତି ମିଲ୍ କମ୍ପାଉଣ୍ଡରେ ଗଣଦୁଷ୍କର୍ମ କରାଯାଇଥିଲା ।

୩ ସେପ୍ଟେମ୍ବର ୨୦୧୩ରେ ଅନ୍ୟ ଜଣେ ପୀଡିତା ସାମ୍ନାକୁ ଆସିଥିଲେ | ୧୯ ବର୍ଷ ବୟସ୍କା ଟେଲିଫୋନ୍ ଅପରେଟର ପୋଲିସକୁ କହିଥିଲେ ଯେ ୩୧ ଜୁଲାଇ ୨୦୧୩ରେ ସେ ମଧ୍ୟ ଶକ୍ତି ମିଲ୍ କମ୍ପାଉଣ୍ଡରେ ପାଞ୍ଚ ଜଣଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ।

ଫଟୋ ଜର୍ଣ୍ଣାଲିଷ୍ଟ ମାମଲାରେ ଜଣେ ନାବାଳକ ସହ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ | ଟେଲିଫୋନ୍ ଅପରେଟର ମାମଲାରେ ମଧ୍ୟ ଜଣେ ନାବାଳକ ସହ ୫ ଜଣ ଦୋଷୀ ଥିଲେ । ତିନିଜଣ ଦୋଷୀ ଉଭୟ ମାମଲାରେ ସମ୍ପୃକ୍ତ ଥିଲେ।

Comments are closed.