ସମୀର ୱାଙ୍ଖେଡେଙ୍କ ବିରୋଧରେ ବୟାନବାଜି ନ କରିବାକୁ ନଓ୍ବାବ ମଲିକଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନାଲ୍ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ପରିବାରକୁ ବମ୍ବେ ହାଇକୋର୍ଟ ତରଫରୁ ବଡ଼ ଆଶ୍ବସ୍ତି ମିଳିଛି।

ୱାଙ୍ଖେଡେଙ୍କ ପିତାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଏବଂ ତାଙ୍କ ପରିବାରକୁ ଡିସେମ୍ବର ୯ ଯାଏଁ ୱାଙ୍ଖେଡେଙ୍କ ପରିବାର ବିରୋଧରେ ସୋସିଆଲ ମିଡିଆରେ କିଛି ସେୟାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କହିଛନ୍ତି ଯେ ୱାଙ୍ଖେଡେଙ୍କ ପରିବାର ବିରୋଧରେ କୌଣସି ପ୍ରକାରର ବୟାନବାଜି କରାଯିବ ନାହିଁ।

ସମୀର ୱାଙ୍ଖେଡେ ଏବଂ ତାଙ୍କ ପରିବାରକୁ ନଓ୍ବାବ ମଲିକ ଲଗାତାର ଟାର୍ଗେଟ କରିଆସୁଛନ୍ତି। ଏହା ବିରୋଧରେ
ସମୀର ୱାଙ୍ଖେଡେଙ୍କ ପିତା ଜ୍ଞାନଦେବ ୱାଙ୍ଖେଡେ ଚଳିତ ମାସ ଆରମ୍ଭରେ ହାଇକୋର୍ଟରେ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

ସୋସିଆଲ ମିଡିଆରେ ତାଙ୍କ ତଥା ତାଙ୍କ ପରିବାର ପ୍ରତି ଅପମାନଜନକ ମନ୍ତବ୍ୟ ଦେବାରୁ ମଲିକଙ୍କୁ ବାରଣ କରାଯାଉ ବୋଲି ସେ ନିଜ ପିଟିସନରେ ନିବେଦନ କରିଥିଲେ। ଜ୍ଞାନଦେବ ୱାଙ୍ଖେଡେ ମଧ୍ୟ ମଲିକଙ୍କ ଠାରୁ ୧.୨୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

Comments are closed.