ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ବର – ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ୧୦ଟି ଦାବିରୁ ରାଜ୍ୟ ସରକାର ୩ଟି ଦାବି ମାନି ନେଇଛନ୍ତି। ବାକି ଦାବି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି। ମାର୍ଚ୍ଚ ୩୧ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ଭିନ୍ନ ଭିନ୍ନ ୧୦ ଦଫା ଦାବି ନେଇ ଜାନୁଆରୀ ୧୭ରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦିଆଯାଇଥିଲା। ଏହାପରେ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପରେ ୩ଟି ଦାବି ପ୍ରାଥମିକ ପର୍ଯ୍ୟାୟରେ ପୂରଣ ହୋଇଛି। ବାକି ଦାବିଗୁଡିକ ପାଇଁ ସରକାରଙ୍କ ପକ୍ଷରୁ ସମୟ ମଗାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୂରଣ କରାଯିବ ବୋଲି ବୋଲି ସଂଘ ଆଶା ରଖିଛି।

Comments are closed.