୩୦ଟି ଦେଶରେ ପହଞ୍ଚିଲା ଓମିକ୍ରନ୍, ଦକ୍ଷିଣ ଆଫ୍ରିକାରେ ଲାଗିଲା ଲକଡାଉନ୍

ଜୋହାନ୍ସବର୍ଗ: ଭାରତରେ ରିପୋର୍ଟ ହୋଇଥିବା ଦୁଇଟି ନୂଆ ମାମଲା ସମେତ ୩୦ ଟି ଦେଶରେ ଏଯାବତ୍ ୩୮୨ ଟି ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି | ଯେଉଁ ଦେଶଗୁଡ଼ିକରେ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ୧୮୩ ଟି ମାମଲା ରେକର୍ଡ କରାଯାଇଛି। କୋଭିଡର ଏହି ନୂଆ ଭାରିଆଣ୍ଟ ପ୍ରଥମେ ମିଳିଲା ଦକ୍ଷିଣ ଆଫ୍ରିକାରେ ମିଳିଥିଲା । ବ୍ରିଟେନରେ ଏପର୍ଯ୍ୟନ୍ତ ସମୁଦାୟ ୩୨ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଓମିକ୍ରନ୍‌ର ବଢୁଥିବା ମାମଲା ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକାରେ ଲେଭଲ୍-୧ ଲକଡାଉନ୍ ଲାଗୁ କରାଯାଇଛି | ଦେଶର ଶଯ୍ୟାଗୁଡ଼ିକ ପୂର୍ଣ୍ଣ ଅବସ୍ଥାରେ ଅଛି, ଯେଉଁଥିପାଇଁ ସରକାର ଏହି ସତର୍କତା ଅବଲମ୍ବନ କରିଛନ୍ତି।

‘ହୁ’ ଏବଂ କରୋନା ବିଶେଷଜ୍ଞଙ୍କ ଅନୁଯାୟୀ, ନୂଆ ଓମିକ୍ରନ୍ ଭାରିଆଣ୍ଟ ହେଉଛି ‘ସୁପର ମାଇଲ୍ଡ’ | ଦକ୍ଷିଣ ଆଫ୍ରିକାର ଏହି ଭାରିଆଣ୍ଟ ଯୋଗୁଁ ଏପର୍ଯ୍ୟନ୍ତ ମୃତ୍ୟୁହାରରେ ସେଭଳି ବୃଦ୍ଧି ରିପୋର୍ଟ ହୋଇ ନାହିଁ | ଏଣୁ ଯାତ୍ରା କଟକଣା ହଟାଇବାକୁ ‘ହ” ପୁଣି ଥରେ ଦେଶଗୁଡିକୁ ନିବେଦନ କରିଛି |

Comments are closed.