ଅବକାରୀ ଦୁର୍ନୀତି ମାମଲା: ଚାର୍ଜସିଟ୍ ଦାଖଲ କଲା ସିବିଆଇ, ସିସୋଦିଆଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଶୁକ୍ରବାର ସିବିଆଇ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ବିଜୟ ନାୟାର, ଅଭିଷେକ ବୋଇନାପାଲ୍ଲୀ, ସମୀର ମହେନ୍ଦ୍ର, ମୁତାଥା ଗୌତମ ଏବଂ ଅରୁଣ ଆର୍ ପିଲ୍ଲାଇଙ୍କ ନାମ ରହିଛି। ଏହାଛଡ଼ା ଦୁଇଜଣ ପୂର୍ବତନ ଅବକାରୀ ଅଧିକାରୀଙ୍କ ବିରୋଧରେ ନାଁ ମଧ୍ୟ ଚାର୍ଜସିଟରେ ରହିଛି । ସିବିଆଇ ଦାଖଲ କରିଥିବା ଏହି ଚାର୍ଜସିଟରେ କିନ୍ତୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମ ନାହିଁ।

ଅନ୍ୟପକ୍ଷରେ ଅବକାରୀ ଦୁର୍ନୀତି ମାମଲାରେ ପ୍ରାରମ୍ଭିକ ତଦନ୍ତ ଶେଷ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଖୁବ ଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ପ୍ରସ୍ତୁତ ହେଉଛି । ଇଡି ଦ୍ୱାରା ପ୍ରସ୍ତୁତ ଚାର୍ଜସିଟରେ ବି ସିସୋଦିଆଙ୍କ ନାମ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦ରେ ହେବ |

Comments are closed.