ସତ୍ୟପାଲ ମଲିକଙ୍କ ସହଯୋଗୀଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଇନସୁରାନ୍ସ ସ୍କାମ୍ ସହ ଜଡ଼ିତ ଏକ ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହଯୋଗୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି । ଏହି ମାମଲାରେ ଜମ୍ମୁ-କାଶ୍ମୀର ଏବଂ ଦିଲ୍ଲୀର ୯ଟି ସ୍ଥାନରେ ସିବିଆଇ ରେଡ୍ ଚାଲିଛି। ନିକଟରେ ଏହି ମାମଲାରେ ସିବିଆଇ ସତ୍ୟପାଲ ମଲିକଙ୍କୁ ଜେରା କରାଯାଇଥିଲା ।

କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବୟାନ ପାଇଁ ସତ୍ୟପାଲ ମଲିକ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି।

Comments are closed.