ଦେଶମୁଖଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଲିକ୍ କରିବା ପାଇଁ ସିବିଆଇ ଅଧିକାରୀଙ୍କୁ ଲାଞ୍ଚ ଭାବେ ମିଳିଥିଲା ଆଇଫୋନ୍ ୧୨ ପ୍ରୋ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ତଦନ୍ତ ରିପୋର୍ଟ ଲିକ୍ କରିବା ପାଇଁ ସିବିଆଇ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀଙ୍କୁ ଲାଞ୍ଚ ଭାବେ ଆଇଫୋନ୍ ୧୨ ପ୍ରୋ ମିଳିଥିଲା, ଯାହାର ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ବ ହେବ । ତଦନ୍ତ ରିପୋର୍ଟ ଲିକ୍ କରିବାକୁ ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗାଙ୍କୁ ତାଙ୍କୁ ଏହି ଲାଞ୍ଚ ଦେଇଥିଲେ।

ଦେଶମୁଖଙ୍କ ବିରୋଧରେ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବାରୁ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀ ଏବଂ ଓକିଲ ଆନନ୍ଦ ଡାଗାଙ୍କୁ ଗିରଫ କରାଯାଇଛି। ଦୁର୍ନୀତି ନେଇ ମୁମ୍ବାଇର ପୂର୍ବତନ ପୋଲିସ ମୁଖ୍ୟ ପରମବୀର ସିଂଙ୍କ ଅଭିଯୋଗ ପରେ ଅନିଲ ଦେଶମୁଖ ଏପ୍ରିଲରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସିବିଆଇ ଏହାର ଏଫଆଇଆରରେ କହିଛି ଯେ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ସଂପର୍କରେ ଅଭିଷେକ ତିୱାରୀ ପୁଣେ ଯାଇଥିଲେ। ସେ ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗାଙ୍କୁ ମଧ୍ୟ ଭେଟିଥିଲେ ଏବଂ ସୂଚନା ଦେବା ବାହାନାରେ ଡାଗା ତାଙ୍କୁ ଲାଞ୍ଚ ଭାବରେ ଏକ ଆଇଫୋନ୍ ଦେଇଥିଲେ।

କେବଳ ଏତିକି ନୁହେଁ, ଡାଗା ନିୟମିତ ଭାବେ ଲାଞ୍ଚ ବି ଦେଉଥିଲେ | ଏଫଆଇଆରର କପିରେ କୁହାଯାଇଛି ଯେ ଡିଏସପି ତଥା ସନ୍ଦିଗ୍ଧ ଅଭିଷେକ ତିୱାରୀ, ତଦନ୍ତ ଅଧିକାରୀ ଆରଏସ ଗୁଞ୍ଜିଆଲଙ୍କ ନେତୃତ୍ୱରେ ମଧ୍ୟ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ୬ ଏପ୍ରିଲରେ ମୁମ୍ବାଇ ଯାଇଥିଲେ।

Comments are closed.