ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ, ୯୨.୭୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ | News Room Odisha

ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ, ୯୨.୭୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥର ୯୨.୭୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି ।

ଛାତ୍ରଛାତ୍ରୀ ସିବିଏସ୍ଇର ଅଫିସିଆଲ୍ ୱେବସାଇଟ୍ https://cbseresults.nic.in/ ରେ ନିଜ ଫଳାଫଳ ଯାଞ୍ଚ କରିପାରିବେ | ଏଥିପାଇଁ ତିନୋଟି ଲିଙ୍କ୍ ଜାରି କରାଯାଇଛି।

ସାଧାରଣତଃ ସିବିଏସ୍ଇ ପ୍ରଥମେ ଦଶମ ଫଳାଫଳ ପ୍ରକାଶ କରେ ଏବଂ ଦିନେ କିମ୍ବା ଦୁଇ ଦିନ ପରେ ଦ୍ୱାଦଶ ରେଜଲ୍ଟ ଘୋଷଣା କରାଯାଏ । କିନ୍ତୁ ଏଥର ପ୍ରଥମେ ଦ୍ୱାଦଶ ଫଳ ଜାରି କରାଯାଇଛି | ଦଶମ ଶ୍ରେଣୀ ରେଜଲ୍ଟ ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ।