ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲା: ଆର୍ୟନଙ୍କୁ କ୍ଲିନ୍ ଚିଟ୍ ପରେ ଫସିଲେ ସମୀର ୱାଙ୍ଖେଡେ, ତ୍ରୁଟିପୂର୍ଣ୍ଣ ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କ ନିର୍ଦ୍ଦେଶ

ମୁମ୍ବାଇ: ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ଆର୍ୟନ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) କ୍ଲିନ୍ ଚିଟ୍ ଦେବା ପରେ ଅଡ଼ୁଆରେ ଫସିଛନ୍ତି ସମୀର ୱାଙ୍ଖେଡେ । ଏହି ମାମଲାରେ ତ୍ରୁଟିପୂର୍ଣ୍ଣ ତଦନ୍ତ ପାଇଁ କେନ୍ଦ୍ର ସରକାର ସମୀର ୱାଙ୍ଖେଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ଏନସିବି ଶୁକ୍ରବାର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଆର୍ୟନ ଖାନଙ୍କ ନାମ ନାହିଁ | ପ୍ରମାଣ ଅଭାବରୁ ଆର୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ମିଳିବା ପରେ ଏନସିବି ଡିଜି ଏସ୍ଏନ୍ ପ୍ରଧାନ ସ୍ୱୀକାର କରିଛନ୍ତି ଯେ ସମୀର ୱାଙ୍ଖେଡେ ଏବଂ ତାଙ୍କ ଟିମ୍ ତଦନ୍ତରେ ଭୁଲ କରିଛନ୍ତି। ସମୀର ୱାଙ୍ଖେଡେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ | ପରେ ତାଙ୍କୁ ଏହି ଦାୟିତ୍ବରୁ ହଟାଇ ଦିଆଯାଇଥିଲା ।

ଏନସିବି ଡିଜି ଏସ୍ଏନ୍ ପ୍ରଧାନ କହିଛନ୍ତି, ଯଦି ପ୍ରଥମ ତଦନ୍ତକାରୀ ଟିମ୍ କିଛି ଭୁଲ୍ କରିନଥିଲା, ତେବେ ଏସଆଇଟିକୁ କାହିଁକି ତଦନ୍ତ ଦାୟିତ୍ୱ ଦିଆଯାଇଥିଲା? ତଦନ୍ତର କିଛି ତ୍ରୁଟି ରହିଥିଲା, ତେଣୁ କରି ମାମଲା ଏସଆଇଟିକୁ ହସ୍ତାନ୍ତର କରାଯାଇଥିଲା ​​|

Comments are closed.