ଜଜ୍ ମାନଙ୍କୁ ସରକାର ବଦନାମ କରିବା ନୂଆ ଟ୍ରେଣ୍ଡ୍ : ପ୍ରଧାନ ବିଚାରପତି | News Room Odisha

ଜଜ୍ ମାନଙ୍କୁ ସରକାର ବଦନାମ କରିବା ନୂଆ ଟ୍ରେଣ୍ଡ୍ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିଜ ସପକ୍ଷରେ ରାୟ ନ ଗଲେ ସରକାରଙ୍କ ତରଫରୁ ଜଜ୍ ମାନଙ୍କୁ ବଦନାମ କରାଯିବାର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କୋର୍ଟ।

ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଛତିଶଗଡ ସରକାର ଏବଂ ଜଣେ ସାମାଜିକ କର୍ମୀଙ୍କ ଦ୍ବାରା ଦୁଇଟି ପୃଥକ ଆବେଦନର ଶୁଣାଣି ବେଳେ ଏହି କଡ଼ା ଟିପ୍ପଣୀ କରିଛନ୍ତି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଥିଲେ, ଯେ ଆପଣ ଯାହା ବିରୋଧରେ ଲଢନ୍ତୁ ନା କାହିଁକି ତାହା ଠିକ୍ ଅଛି। କିନ୍ତୁ କୋର୍ଟକୁ ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ | ମୁଁ ଦେଖୁଛି ଜଜ୍ ମାନଙ୍କୁ ବଦନାମ କରିବା ଏକ ନୂଆ ଧାରା ପାଲଟିଛି | ସରକାରଙ୍କ ସପକ୍ଷରେ ରାୟ ନ ଗଲେ କୋର୍ଟର ଛବି ଖରାପ କରିବା ପାଇଁ ଉଦ୍ୟମ ହେଉଛି । ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।