ଆଙ୍କୁଲି-ଇଂଜିନିୟରିଂ ଛକ ଆରଓବିକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ସ୍ପିନିଂ ମିଲର ଭିତି ପ୍ରସ୍ଥର ସ୍ଥାପନ | News Room Odisha

ଆଙ୍କୁଲି-ଇଂଜିନିୟରିଂ ଛକ ଆରଓବିକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ସ୍ପିନିଂ ମିଲର ଭିତି ପ୍ରସ୍ଥର ସ୍ଥାପନ

ବ୍ରହ୍ମପୁର – ରେଶମ ନଗରୀରର ବହୁ ପ୍ରତିକ୍ଷୀତ ଆଙ୍କୁଲି-ଇଂଜିନିୟରିଂ ରେଳ ଓଭର ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂ ଜରିଆରେ ଏହି ଓଭରବ୍ରିଜକୁ ଉଦଘାଟନ କରିଛନ୍ତି ନବୀନ । ଫଳରେ ବ୍ରହ୍ମପୁରବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷା ଶେଷ ହୋଇଛି । ଏହି ଓଭରବ୍ରିଜ ଦ୍ୱାରା ସଂପୃକ୍ତ ଅଂଚଳରେ ଯାତାୟତ ଦୂରତା ୨୦ ମିନିଟ ହ୍ରାସ ପାଇବା । ଓଭରବ୍ରିଜରେ ପାଦଚଲା ରାସ୍ତା ମଧ ରହିଛି । ୨୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ଓଭର ବ୍ରିଜ ନିର୍ମାଣ ହୋଇଛି ।

ଦିଗପହଣ୍ଡିରେ କପା ପ୍ରକ୍ରିୟାକରଣ କାରଖାନାର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ଏହି କପା କଳ ପ୍ରତିଷ୍ଠା ହେବ ।

କପାକଳ ଦ୍ୱାରା ୬ଟି ବ୍ଲକ୍ ର ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କପାକଳରେ ୧୦୦ ଜଣଙ୍କୁ ନିଯୁକ୍ତି ମଧ୍ୟ ମିଳିବ ବୋଲି ନବୀନ କହିଛନ୍ତି । ବ୍ରହ୍ମପୁରକୁ ଆଧୁନିକ ସହରରେ ପରିଣତ କରିବାକୁ ଯୋଜନା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।