ଆଂକୁଲି-ଇଂଜିନିୟରିଂ ଛକ ଫ୍ଲାଏ ଓଭରବ୍ରିଜକୁ ଶନିବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର- ସହରବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘଦିନର ପ୍ରତୀକ୍ଷା ପରେ ବ୍ରହ୍ମପୁର ମହାନଗରର ଆଉ ଏକ ଫ୍ଲାଏ ଓଭର ବ୍ରିଜ୍ ସହରବାସୀଙ୍କୁ ଉତ୍ସର୍ଗ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନଫରେନସିଂ ଜରିଆରେ ଆଙ୍କୁଲି ଶିଳ୍ପାଂଚଳରୁ ଇଂଜିନିୟରିଂ ସ୍କୁଲ ଛକ ଯାଏଁ ଯାଇଥିବା ୬୮୫ ମିଟର ଫ୍ଲାଏ ଓଭର ବ୍ରିଜକୁ ଉଦଘାଟନ କରିବେ । ଏହି ଓଭରବ୍ରିଜ୍ ଦ୍ୱାରା ଯାତାୟତ ସମୟ ୨୦ ମିନିଟ ହ୍ରାସ ହୋଇପାରିବ । ଏହି ଓଭରବ୍ରିଜ ନିର୍ମାଣରେ ୨୭ ଦଶମିକ ୪୨ କୋଟି ଟଙ୍କା ଖର୍ଚ ହୋଇଛି ।

Comments are closed.