ପୁଣି ବଢ଼ିଲା ସିଏନଜି, ପିଏନଜିର ଦର

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିଛି। ଦିଲ୍ଲୀ ଏନସିଆର୍ ରେ ସିଏନଜି ଏବଂ ପିଏନଜିର ଦର ୧୩ ଦିନ ମଧ୍ୟରେ ଦ୍ୱିତୀୟ ଥର ବୃଦ୍ଧି ପାଇଛି | ଦିଲ୍ଲୀରେ ସିଏନଜି କେଜି ପିଛା ୨.୨୮ ଟଙ୍କା ମହଙ୍ଗା ହୋଇଛି। ଏଥିସହିତ ପିଏନଜି ପ୍ରତି ଘନ ମିଟର ପିଛା ୨ ରୁ ୧୦ ପଇସ ହାରରେ ବୃଦ୍ଧି ପାଇଛି।

ଦିଲ୍ଲୀରେ ସିଏନଜି ବର୍ତ୍ତମାନ କିଲୋଗ୍ରାମ ପ୍ରତି ୪୭.୪୮ ଟଙ୍କା ବଦଳରେ ୪୯.୭୬ ଟଙ୍କା ଉପଲବ୍ଧ ହେବ। ନୂତନ ହାର ଅନୁଯାୟୀ, ଏସସିଏମ୍ ପ୍ରତି ୩୫.୧୧ ହାରରେ ଦିଲ୍ଲୀ-ଏନସିଆରରେ ଗ୍ୟାସ ଉପଲବ୍ଧ ହେବ।

ଏହାପୂର୍ବରୁ ଅକ୍ଟୋବର ୧ରେ ସିଏନଜି କିଲୋଗ୍ରାମ ପିଛା ୨.୨୮ ଟଙ୍କା ଏବଂ ପିଏନଜି ୨.୧୦ / ଏସସିଏମ୍ ମୂଲ୍ୟରେ ବୃଦ୍ଧି ହୋଇଥିଲା | ସିଏନଜି ଏବଂ ପିଏନଜି ର ବର୍ଦ୍ଧିତ ମୂଲ୍ୟ ଆଜି ସକାଳ ୬ ଟାରୁ ଲାଗୁ ହେବ |

ଅକ୍ଟୋବର ୧ରେ ମୋଦି ସରକାର ପ୍ରାକୃତିକ ଗ୍ୟାସ ମୂଲ୍ୟରେ ୬୨ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ। ଅକ୍ଟୋବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସରକାର ଘରୋଇ ପ୍ରାକୃତିକ ଗ୍ୟାସର ହାରକୁ ମିଲିୟନ୍ ବ୍ରିଟିଶ ଥର୍ମାଲ୍ ୟୁନିଟ୍ ପିଛା ୨.୯୦ ଡଲାର ଧାର୍ଯ୍ୟ କରିଥିଲେ। ସେବେଠାରୁ ସିଏନ ଏବଂ ପିଏନଜିର ମୂଲ୍ୟ ବୃଦ୍ଧି ନେଇ ଚର୍ଚ୍ଚା ହେଉଥିଲା ।

Comments are closed.