ସିଏନଜି ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ: କ୍ରମାଗତ ମହଙ୍ଗା ମାଡ଼ର ଶିକାର ହେଉଥିବା ସାଧାରଣ ଲୋକଙ୍କ ‘ଅଚ୍ଛେ ଦିନ୍’ର ସ୍ୱପ୍ନ, ସ୍ବପ୍ନରେ ହିଁ ରହିଯାଇଥିବା ପରି ମନେ ହେଉଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ସିଏନଜି ଦର ପୁଣି ବଢ଼ିଛି | ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି |

ଛ’ ଦିନ ମଧ୍ୟରେ ଦିଲ୍ଲୀରେ ଦ୍ୱିତୀୟ ଥର ପାଇଁ ସିଏନଜି ଦର ବୃଦ୍ଧି କରାଯାଇଛି | ଏହାପୂର୍ବରୁ ମେ ୧୫ରେ, ଦିଲ୍ଲୀ-ଏନସିଆରରେ ସିଏନଜି ଦର କିଲୋଗ୍ରାମ ପିଛା ୨ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଦିଲ୍ଲୀରେ ଏକ କିଲୋଗ୍ରାମ ସିଏନଜି ପାଇଁ ଗ୍ରାହକଙ୍କୁ ୭୫.୬୧ ଟଙ୍କା ଦେବାକୁ ପଡିବ |

Comments are closed.