ହିଂଜିଳରେ କୋରୋନା ବିରୋଧୀ ଲଢେଇରେ ବେଶ୍ ସଫଳ ନବୀନଙ୍କ ‘ଗୋଷ୍ଠୀ ସହଭାଗିତା’ ମଡେଲ୍

ବ୍ରହ୍ମପୁର : ସାରାବିଶ୍ୱରେ କୋରୋନା ମହାମାରୀର ପ୍ରକୋପ ଜାରି ରହିଥିଲା ବେଳେ ପ୍ରଭାବିତ ସବୁ ଛୋଟବଡ ଦେଶ ଏହା ବିରୋଧରେ ଲଢେଇ ଜାରି ରଖିଛନ୍ତି । ମହାମାରୀ ବିରୋଧରେ ଲଢେଇ ଜିତିବାକୁ ବି ଜାରି ରହିଛି ପ୍ରୟାସ । ତେବେ କୋରୋନା ବିରୋଧୀ ଲଢେଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଓଡିଶାରେ ଆରମ୍ଭ କରିଥିବା ଗୋଷ୍ଠୀ କୈନ୍ଦ୍ରିକ ଆଭିମୁଖ୍ୟ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅତି ସଫଳ ରଣନୀତି ପାଇଁ ସାରା ବିଶ୍ୱରେ ସ୍ୱୀକୃତ ଓ ପ୍ରଶଂସିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କୋରୋନା ମହାମାରୀର ମୁକାବିଲା ଦିଗରେ ବି ନିଜର ଦୂରଦୃଷ୍ଟିସଂପନ୍ନ ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି । କୋରୋନା ବିରୋଧୀ ଲଢେଇରେ ଗୋଷ୍ଠୀ ସହଭାଗିତା ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଣନୀତି ସାବ୍ୟସ୍ତ କରିପାରିଛି ।

କୋରୋନା ମହାମାରୀ ରାଜ୍ୟରେ କାୟା ବିସ୍ତାର କରିବାକୁ ଆରମ୍ଭ କଲାବେଳେ ତୃଣମୂଳ ସ୍ତରରେ ହିଁ ଏହାର ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ । ଏଥିପାଇଁ ପଂଚାୟତୁ ଦିଆଯାଇଥିଲା କିଛି ଅତ୍ୟାବଶ୍ୟକ ବିଶେଷ କ୍ଷମତା । ମହାମାରୀ ବିରୋଧରେ ଲଢେଇ ପାଇଁ ଗୋଷ୍ଠୀ ସହଭାଗିତା ଉପରେ ଫୋକସ୍ ରଖାଯାଇ ପଂଚାୟତଙ୍କୁ କ୍ଷମତା ଦେବା ପାଇଁ ନିଷ୍ପତି ନିଆଯାଇଥିଲା ।

ପ୍ରାୟ ୬ ମାସ ପରେ ନବୀନଙ୍କ ‘ଗୋଷ୍ଠୀ ସହଭାଗିତା’ ମଡେଲ୍ ବେଶ୍ ସଫଳ ରହିଛି । କୋରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାରେ ସଫଳ ହୋଇଛି ଏହି ମଡେଲ୍ । ଗଂଜାମ ଜିଲ୍ଲା ଓ ଜିଲ୍ଲାର ହିଂଜିଳିକାଟୁ ବ୍ଲକ୍ ଏହାର ଏକ ଜ୍ୱଳନ୍ତ ଉଦାହରଣ । ରାଜ୍ୟର ଅନ୍ୟସବୁ ଅଂଚଳ ପାଇଁ ରୋଲ୍ ମଡେଲ ପାଲଟିଛି ହିଂଜିଳିକାଟୁ ବ୍ଲକ୍ । ସରପଂଚ, ସ୍ଥାନୀୟ ପ୍ରତିନିିଧି, ଆଶା ଓ ଅଂଗନବାଡି କର୍ମୀ , ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ହିଂଜିଳି ବ୍ଲକରେ କୋଭିଡ-୧୯ ସଂକଟର ସଫଳ ତଥା ପ୍ରଭାବଶାଳି ମୁକାବିଲା କ୍ଷେତ୍ରରେ ସକ୍ରିୟ ଭୂମିକା ନେଇଛନ୍ତି ।

ଗୋଷ୍ଠୀ ସହଭାଗିତା ଯୋଗୁଁ ହିଂଜିଳି ବ୍ଲକ୍‌ରେ କୋରୋନା ମୁକାବିଲା ପାଇଁ ଅସ୍ଥାୟୀ ମେଡିକାଲ କ୍ୟାଂପ୍ , କଂଟେନମେଂଟ୍ ଜୋନ୍ ସ୍ଥାପନ, ଲକଡାଉନ କଟକଣାର କାଯ୍ୟ ର୍କାରିତା, କଂଟାକ୍ଟ ଟ୍ରେସିଂ , ସଚେତନତା କାଯ୍ୟ ର୍କ୍ରମ ସହ ଅନାଥ ଓ ନିଷ୍ପେସିତଙ୍କ ସହାୟତା ସମ୍ଭବ ହୋଇପାରିଥିଲା । ବେଶ ସୂଚାରୁ ରୂପେ ପରିଚାଳନା ହୋଇଛି କୋଭିଡ-୧୯ ପରିଚାଳନା । ଫଳସ୍ୱରୂପ ହିଂଜିଳି ବ୍ଲକ୍‌ରେ ରେଡଜୋନ୍ ଗାଁ ସଂଖ୍ୟା ୫୬ରୁ ଏବେ ୧୦କୁ ଖସିଆସିଛି । ୨୧ଟି ଗ୍ରାମପଂଚାୟତ ମଧ୍ୟରୁ ୧୪ଟି ଗ୍ରାମପଂଚାୟତ ଏବେ ସଂପୂଣ୍ଣ ର୍ ମୁକ୍ତ ହୋଇପାରିଛି ।
ସେପଟେମ୍ବର ୬ ସୁଦ୍ଧା ହିଂଜିଳି ବ୍ଲକରେ ସକ୍ରିୟ ମାମଲା ଥିଲା ମାତ୍ର ୬ । ୪୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ଗୋଷ୍ଠୀ ସହଭାଗିତା ଦ୍ୱାରା ଥ୍ରୀ-ଟି ରଣନୀତି ( ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ୍ )ର ସଫଳ କାର୍ଯ୍ୟକାରିତା ଓ ଲକଡାଉନ କଟକଣା କଡାକଡି ଭାବେ ପାଳନ କରାଯାଇଥିବାୁ ହିଂଜିଳିରେ କୋରୋନାକୁ ନିୟନ୍ତ୍ରଣ କରାଯାଇପାରିଛି ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଂଜିଳି ବ୍ଲକ୍ ସମେତ ସାରା ଗଂଜାମ ଜିଲ୍ଲାରେ ଯୁଦ୍ଧକାଳୀନ ଭିତିରେ କୋଭିଡ-୧୯ ଟେଷ୍ଟିଂ ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଜୁଲାଇ ୨୩ରୁ ସେପଟେମ୍ବର ୬ ମଧ୍ୟରେ ହିଂଜିଲିକାଟୁ ବ୍ଲକରେ ଟେଷ୍ଟିଂ ହାର ୧୦ ଗୁଣା ହୋଇଛି । ଜୁଲାଇ ୨୩ ସୁଦ୍ଧା ବ୍ଲକରେ କୋଭିଡ-୧୯ ଟେଷ୍ଟିଂ ସଂଖ୍ୟା ଥିଲା ୧ ହଜାର ୧୬୯ । ସେପଟେମ୍ବର ୬ ତାରିଖ ବେଳକୁ ଏହି ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ ୧୨ ହଜାର ୯୩୪ରେ ପଂହଚିଥିଲା । ସେହି ସମୟ ମଧ୍ୟରେ ଛତ୍ରପୁର ସବ୍ ଡିଭିଜନରେ ଟେଷ୍ଟିଂ ସଂଖ୍ୟା ୧୧ ହଜାର ୨୬୦ରୁ ୧ ଲକ୍ଷ ୧୦ ହଜାର ୨୧କୁ ବୃଦ୍ଧି ପାଇଥିଲା । ଗଂଜାମରେ ଟେଷ୍ଟିଂ ସଂଖ୍ୟା ୩ ଲକ୍ଷରୁ ଅଧିକ ଅତିକ୍ରମ କରିଛି ।

ପ୍ରଥମେ ପ୍ରଥମେ ଲୋକେ ଟେଷ୍ଟିଂ ପାଇଁ କୁଣ୍ଠିତ ହେଉଥିଲେ । କିନ୍ତୁ ଆଇଇସି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ସଚେତନତା ଅଭିଯାନ, ଅଧିକରୁ ଅଧିକ ଲ୍ୟାବ୍ ଟେକନିସିଆନଙ୍କ ମୁତୟନ ଓ ଗାଁ ସ୍ତରରେ ଓ ସ୍ୱାବ୍ ସଂଗ୍ରହ ଶିବିର ଆୟୋଜନ ଫଳରେ ଅଧିକରୁ ଅଧିକ ଲୋକ କୋରୋନା ଟେଷ୍ଟି ପାଇଁ ଆଗେଇ ଆସିଥିଲେ ବୋଲି ହିଂଜିଳିକାଟୁ ବିଡିଓ ପ୍ରସନ୍ନ ପାତ୍ର କହନ୍ତି । ସହରୁଗଣତା ଓ ଲକ୍ଷଣ ଯୁକ୍ତ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇ ବ୍ୟାପକ ସଂଖ୍ୟାରେ ଟେଷ୍ଟିଂ କରାଯାଇଥିବାରୁ କୋଭିଡ ସଂକ୍ରମଣ ଶୃଙ୍ଖଳକୁ ପ୍ରଭାବୀ ଢଙ୍ଗରେ ଭଙ୍ଗା ଯାଇପାରିଥିବା ହିଂଜିଳି ବିଡିଓ କହିଛନ୍ତି ।

ଗଂଜାମ ପିଡି ଡିଆରଡିଏ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବି ସମାନ କଥା କହିଛନ୍ତି । ଟେଷ୍ଟ, ଆଇସୋଲେଟ୍ ,ଟ୍ରିଟ୍ ଭଳି ମେକାନିଜିମ୍ ଆପଣାଇ ହିଂଜିଳିରେ କୋରୋନାକୁ ଆୟତ କରାଯାଇପାରିଛି ବୋଲି ସେ କହିଛନ୍ତି । ରେଡ୍ ଜୋନରେ ଅଧିକର ଅଧିକରୁ ଅଧିକ ଟେଷ୍ଟିଂ ଓ କଡା ପଦକ୍ଷେପ ଯୋଗୁଁ ପଜିଟିଭ ହାର ୫ ଦଶମିକ ୭୪ ପ୍ରତିଶତକୁ ଖସି ଆସିଛି ବୋଲି ସେ କହିଛନ୍ତି ।

ସାମାଜିକ ଦୂରତା ନିୟମର କଡା କାର୍ଯ୍ୟକାରିତା , ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା, କଠୋର କଂଟେନମେଂଟ୍ ନୀତି, କୋଭିଡ ମନିଟର ଓ କେୟାର କମିଟିଗୁଡିକ ସହ ଗୋଷ୍ଠୀ ଅଂଶଗ୍ରହଣ ଯୋଗୁଁ ପୂରା ଜିଲ୍ଲାରେ କୋଭିଡ-୧୯ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିଛି ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ଭଳି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ କୋରୋନା ବିରୋଧୀ ଲଢେଇରେ ବିଶେଷ ସଫଳ ରହିଛି । କାରଣ ଏହା ଦ୍ୱାରା ଗୋଷ୍ଠୀ ସହଭାଗିତା ହୋଇପାରିଲା ବୋଲି ଶାସନ ଆମ୍ବଗାଁ ଗ୍ରାମପଂଚାୟତର ସରପଂଚ ସଂଗୀତା ସାହୁ କହିଛନ୍ତି ।

କୋରୋନା ବିରୋଧୀ ଲଢେଇରେ ଗୋଷ୍ଠୀ ସହଭାଗିତା ଉପରେ ଧ୍ୟାନ ଦେଇଥିବାରୁ ହିଂଜିଳି ବ୍ଲକ୍ ଖଇରଡା ଗାଁର ସ୍ୱରାଜ୍ୟ ସ୍ୱାଇଁ ନାମକ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋରୋନାରୁ ସୁସ୍ଥ ହୋଇଥିବା ସ୍ୱରାଜ୍ୟ କହିଛନ୍ତି ଯେ, କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ବେଶ୍ ସଫଳ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କୋରୋନା ବିରୋଧୀ ଲଢେଇ ହେଉଛି ସାଢେ ଚାରି କୋଟି ପରିବାର ସଦସ୍ୟଙ୍କ ମଙ୍ଗଳ ପାଇଁ ଲଢେଇ । ସମସ୍ତଙ୍କୁ ସାଥୀରେ ନେଇ ନବୀନ ପ୍ରମାଣ କରିଛନ୍ତି ଯେ, ଯଦି ଲୋକଙ୍କ ଆସ୍ଥା ତୁମ ଉପରେ ରହିଛି,ତାହା ହେଲେ କିଛି ବି ଅସମ୍ଭବ ନୁହେଁ ।

Comments are closed.