‘ମୋଦୀଙ୍କୁ ହତ୍ୟା’ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାଜା ପାଟେରିଆ ଗିରଫ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଧ୍ୟପ୍ରଦେଶର କଂଗ୍ରେସ ନେତା ରାଜା ପାଟେରିଆଙ୍କୁ ଗିରଫ କରାଯାଇଛି ।

ପୂର୍ବତନ ମନ୍ତ୍ରୀ ରାଜା ପାଟେରିଆଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ନିର୍ବାଚନରେ ​​ବିଜୟ ଏବଂ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ବିରୋଧରେ କହୁଥିବା ଦେଖିବାକୁ ମିଳୁଛି। ପାଟେରିଆ ଏକ ସଭାରେ “ମୋଦୀଙ୍କୁ ହତ୍ୟା” ପାଇଁ ପ୍ରସ୍ତୁତ ରୁହ ବୋଲି ଦଳର କର୍ମକର୍ତ୍ତାମାନଙ୍କୁ କହିଥିଲେ । ପାଟେରିଆ କହିଥିଲେ “ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଶେଷ କରିଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଧର୍ମ, ଜାତି, ଭାଷା ଆଧାରରେ ବିଭାଜନ କରିବେ । ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁଙ୍କ ଜୀବନ ଏବେ ବିପଦରେ। ଯଦି ସମ୍ବିଧାନକୁ ରକ୍ଷା କରିବାର ଅଛି, ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ “। ପ୍ରକାଶ ଥାଉକି, ପରେ ରାଜା ପାଟେରିଆ ଭିଡିଓରେ “ହତ୍ୟା”ର ଅର୍ଥ ମୋଦୀଙ୍କୁ ପରାଜିତ କରିବା ବୋଲି ସଫେଇ ଦେଇଥିଲେ ।

ରାଜା ପାଟେରିଆଙ୍କ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଥିଲା ଏବଂ ତାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା । ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପାଟେରିଆଙ୍କ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି ଯେ ଭାରତ ଯୋଡ ଯାତ୍ରାର ଡ୍ରାମା କରୁଥିବା ଲୋକଙ୍କ ଅସଲ ସ୍ୱରୂପ ପଦାରେ ପଡ଼ିଛି। ଏଭଳି କଥାକୁ ବରଦାସ୍ତ କରାଯିବ ନାହିଁ | ମାମଲା ରୁଜୁ କରାଯାଇଛି, ଆଇନ ତା କାମ କରିବ ।”

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହି ମାମଲାରେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ରାଜା ପାଟେରିଆଙ୍କ ବିରୋଧରେ ମାମଲା ରୁଜୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.