ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ତୃତୀୟ ଝଟକା, ଦଳରୁ ବିଧାୟକ ଭବେଶ କଟାରାଙ୍କ ଇସ୍ତଫା | News Room Odisha

ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ତୃତୀୟ ଝଟକା, ଦଳରୁ ବିଧାୟକ ଭବେଶ କଟାରାଙ୍କ ଇସ୍ତଫା

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନ ପୂର୍ବରୁ ଗତ ୨ ଦିନ ମଧ୍ୟରେ କଂଗ୍ରେସକୁ ତୃତୀୟ ଝଟକା ଲାଗିଛି । ଦଳର ଅନ୍ୟ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି। ଝାଲୋଡରୁ କଂଗ୍ରେସ ବିଧାୟକ ଥିବା ଭବେଶ କଟାରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଏହାପୂର୍ବରୁ କଂଗ୍ରେସର ଆଉ ଦୁଇ ବିଧାୟକ ମୋହନ ସିଂ ରାଠଓ୍ବା ଏବଂ ଭଗବାନ୍ ବରାଡ ଦଳରୁ ଇସ୍ତଫା ଦେଇଛନ୍ତି।

ଏହି ସମୟ ମଧ୍ୟରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରାୟ ୧୦୦ ନାମକୁ ଅନୁମୋଦନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ୮୯ ଟି ଆସନ ଲାଗି ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଗୁଜରାଟର ବିଜେପିର ପ୍ରଥମ ତାଲିକା ଶୀଘ୍ର ଘୋଷଣା ହୋଇପାରେ।

ଉଲ୍ଲେଖଯୋଗ୍ୟ ଯେ ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ରେ ଗୁଜରାଟ ଫଳାଫଳ ଘୋଷଣା କରାଯିବ।