ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସର ଦେଶବ୍ୟାପୀ ସତ୍ୟାଗ୍ରହ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ ଦଳର ନେତା ଓ କର୍ମୀମାନେ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦିନିକିଆ ସତ୍ୟଗ୍ରାହ କରୁଛନ୍ତି। ରାହୁଲଙ୍କ ସମର୍ଥନରେ ଦେଶର ସବୁ ରାଜ୍ୟ ତଥା ଜିଲ୍ଲା ସଦର ମହକୁମାର ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ କଂଗ୍ରେସର ଏହି ‘ସଂକଳ୍ପ ସତ୍ୟାଗ୍ରହ’ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।

କଂଗ୍ରେସର ଏହି ‘ସଂକଳ୍ପ ସତ୍ୟାଗ୍ରହ’ରେ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଓ ଦଳର ଅନ୍ୟ ବରିଷ୍ଠ ଓ କନିଷ୍ଠ ନେତା ସାମିଲ ହୋଇଛନ୍ତି ।

୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡ ଲୋକସଭା ଆସନରୁ ସାଂସଦ ଥିଲେ।

Comments are closed.