‘କ୍ଷମତା ଲୋଭରେ ଅନ୍ଧ ହୋଇଯାଇଥିବା କେନ୍ଦ୍ର ସରକାରଙ୍କୁ ଆସାମର ବନ୍ୟା ବିତ୍ପାତ ଦେଖାଯାଉ ନାହିଁ ‘

ନୂଆଦିଲ୍ଲୀ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ମଧ୍ୟରେ ଗୁଆହାଟୀରେ ମହାରାଷ୍ଟ୍ରର ଅନେକ ଶିବସେନା ବିଧାୟକଙ୍କ ଉପସ୍ଥିତି ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । କ୍ଷମତା ଲୋଭରେ କେନ୍ଦ୍ର ସରକାର ଏତେ ଅନ୍ଧ ହୋଇଯାଇଛନ୍ତି ଯେ ତାହାଙ୍କୁ ଆସାମର ବନ୍ୟା ବିତ୍ପାତ ଦେଖାଯାଉ ନାହିଁ ବି କହିଛି କଂଗ୍ରେସ।

ଦଳର ମୁଖପାତ୍ର ତଥା ସାଂସଦ ଗୌରବ ଗୋଗୋଇ ମଧ୍ୟ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଆଜି ଏକ ଦାୟିତ୍ବପୂର୍ଣ୍ଣ କେନ୍ଦ୍ର ସରକାର ଥାଆନ୍ତା, ତେବେ ଆସାମ ଏବଂ ଉତ୍ତର-ପୂର୍ବକୁ ଜଣେ କେନ୍ଦ୍ରୀୟ ମନ୍ତ୍ରୀ ପଠାଯାଇଥାନ୍ତେ ଏବଂ ପ୍ରଧାନମନ୍ତ୍ରୀ ନିଜେ ଯାଇ ଲୋକଙ୍କ ସମସ୍ୟା କଣ ଦେଖିଥାଆନ୍ତେ । ଏହା ପରେ କେନ୍ଦ୍ର ସରକାର ସହାୟତା ପ୍ୟାକେଜ୍ ଘୋଷଣା କରିଥାନ୍ତେ ଏବଂ ଅନ୍ୟାନ୍ୟ ସହଯୋଗ ମଧ୍ୟ କରିଥାନ୍ତେ |

ଗୋଗୋଇ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ର ସରକାର ଏକ ଦାୟିତ୍ବପୂର୍ଣ୍ଣ ସରକାର ନୁହଁନ୍ତି। କ୍ଷମତା ଲୋଭରେ ସେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ ଆସାମରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ବିନାଶକୁ ସେ ଦେଖିପାରୁନାହାଁନ୍ତି |

ସେ କହିଛନ୍ତି, “ମହାରାଷ୍ଟ୍ର ସରକାର ଭାଙ୍ଗିବାକୁ, ମହାରାଷ୍ଟ୍ରର ବିଧାୟକମାନଙ୍କୁ ଆସାମକୁ ପଠାଉଛି। ଉତ୍ତର-ପୂର୍ବାଞ୍ଚଳ ସହିତ ଏତେ ନିଷ୍ଠୁର ତଥା ବୈମାତୃକ ମନୋଭାବ କେବେ ଦେଖି ନାହାଁନ୍ତି … ଆମର ପ୍ରଧାନମନ୍ତ୍ରୀ ଖାଲି ଗୁଜୁରାଟ ନିର୍ବାଚନରେ ଏବଂ ମହାରାଷ୍ଟ୍ରରେ ସରକାର ଭାଙ୍ଗିବାରେ ​​ବ୍ୟସ୍ତ ଅଛନ୍ତି ।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ସରମାଙ୍କୁ ଟାର୍ଗେଟ କରି ଗୋଗୋଇ କହିଛନ୍ତି ଯେ ଆମେ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛୁ, ଆପଣ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କଠାରୁ ଆର୍ଥିକ ସହାୟତା ମାଗିଛନ୍ତି କି?

Comments are closed.