ବିଧାନସଭା ନିର୍ବାଚନ‌ ଫଳାଫଳ: ତିନି ହିନ୍ଦୀ ରାଜ୍ୟରେ କଂଗ୍ରେସ‌କୁ ପଛରେ ପକାଇଲା ବିଜେପି, ତେଲେଙ୍ଗାନାରେ କେସିଆରଙ୍କୁ ଝଟକା | News Room Odisha

ବିଧାନସଭା ନିର୍ବାଚନ‌ ଫଳାଫଳ: ତିନି ହିନ୍ଦୀ ରାଜ୍ୟରେ କଂଗ୍ରେସ‌କୁ ପଛରେ ପକାଇଲା ବିଜେପି, ତେଲେଙ୍ଗାନାରେ କେସିଆରଙ୍କୁ ଝଟକା

ନୂଆଦିଲ୍ଲୀ: ଚାରି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ କେଉଁ ଦଳ ସରକାର ଗଢ଼ିବ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ତିନି ହିନ୍ଦୀ ରାଜ୍ୟରେ କଂଗ୍ରେସ‌ ପଛରେ ପଡ଼ିଯାଇଛି ।‌ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି । ଏହି ତିନି ରାଜ୍ୟରେ ବିଜେପି ମ୍ୟାଜିକ ନମ୍ବର ଅତିକ୍ରମ କରିଛି ।

ମଧ୍ୟପ୍ରଦେଶରେ ସଦ୍ୟତମ ଟ୍ରେଣ୍ଡ ଅନୁସାରେ ବିଜେପି ପୁଣି ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଦଳ ୧୬୦ଟି ଆସନରେ ଆଗୁଆ ଥିବା ଜଣାପଡିଛି। ଅନ୍ୟପକ୍ଷରେ କଂଗ୍ରେସ ୬୭ ଆସନ ଏବଂ ଅନ୍ୟ ୩ଟି ଆସନରେ ଅଗ୍ରଣୀ ହାସଲ କରିଛି।

ସେହିପରି ରାଜସ୍ଥାନ ଜନାଦେଶ ମଧ୍ୟ ବିଜେପି ସପକ୍ଷରେ ଯାଉଥିବା ଜଣାପଡ଼ୁଛି । ରାଜ୍ୟର ୧୯୯ଟି ସିଟ୍ ମଧ୍ୟରୁ ୧୨୬ରେ ବିଜେପି ଆଗୁଆ ରହିଛି। ୬୧ ଆସନରେ କଂଗ୍ରେସ ଆଗରେ ଚାଲିଛି।

ଛତିଶଗଡ଼ରେ ବି କଂଗ୍ରେସ ପଛରେ ପଡ଼ିଯାଇଛି। ବିଜେପି ୫୦ଟି ଆସନରେ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୩୮ ସିଟରେ ଅଗ୍ରଣୀ ରହିଛି |

ତେବେ ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଫେରୁଥିବା ସ୍ପଷ୍ଟ ହୋଇଛି ।‌ କଂଗ୍ରେସ ବହୁମତ ହାସଲ ପୂର୍ବକ ୫୧ଟି ଆସନରେ ଆଗୁଆ ରହିଥିବା ବେଳେ କେସିଆରଙ୍କ ବିଆରଏସ ୨୯ଟି ଓ ବିଜେପି ୬ ଆସନରେ ଆଗୁଆ ରହିଛି।