କରୋନା ଅପଡେଟ୍: ଦିନକରେ ଆଉ ୪୨,୭୬୬ ଆକ୍ରାନ୍ତ ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଜାରି ରହିଛି | ତୃତୀୟ ଲହରର ବିପଦ ମଧ୍ୟରେ ଦେଶରେ ନୂଆ ମାମଲା ବଢ଼ିବାରେ ଲାଗିଛି | ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୨,୭୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ପୂର୍ବରୁ ୪୨,୬୧୮ ମାମଲା ଆସିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୩୦୮ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି। ୩୮.୦୯୧ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ଦେଶରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ପ୍ରତିଦିନ କେରଳରେ ପଞ୍ଜିକୃତ ହେଉଛି। ଶନିବାର ଦିନ କେରଳରେ ୨୯,୬୮୨ ମାମଲା ରିପୋର୍ଟ ହୋଇଥିବା ସୂଚନା ମିଳିଛି। ଗୋଟିଏ ଦିନରେ ମହାମାରୀରେ ୧୪୨ ରୋଗୀଙ୍କର ମୃତ୍ୟୁ ହୋଇଥିଲା। କେରଳରେ ମୋଟ ସଂକ୍ରମିତ ସଂଖ୍ୟା ୪୧ ଲକ୍ଷ ୮୧ ହଜାର ୧୩୭କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୨୧,୪୨୨ରେ ପହଞ୍ଚିଛି।

କରୋନା ମହାମାରୀ ଆରମ୍ଭରୁ ଦେଶରେ ଏଯାବତ୍ ମୋଟ ତିନି କୋଟି ୨୯ ଲକ୍ଷ ୮୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୦ ହଜାର ୫୩୩ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୧ ଲକ୍ଷ ୩୮ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ ଅଧିକ ରହିଛି | ଏବେବି ୪ ଲକ୍ଷ ୧୦ ହଜାର ୪୮ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ସାରା ଦେଶରେ ୬୮ କୋଟି ୪୬ ଲକ୍ଷ ୯୬ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ୭୧.୬୧ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୩ କୋଟି କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୬ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ |

Comments are closed.