କରୋନା ଅପଡେଟ୍: ଦେଶରେ ଆଉ ୪୫,୩୫୨ ନୂଆ ମାମଲା, ସକ୍ରିୟ ମାମଲା ପୁଣି ୪ ଲକ୍ଷର ନିକଟତର

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ପ୍ରାୟ ୪୫ ହଜାର ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୫,୩୫୨ଟି ନୂଆ କରୋନା ମାମଲା ଆସିଛି। ଏହାର ଦିନକ ପୂର୍ବରୁ ୪୭,୦୯୨ ମାମଲା ଆସିଥିଲା। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬ ଲୋକ ପ୍ରାଣ ହରାଇଥିବା ବେଳେ ୩୪,୭୯୧ ଲୋକ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି ଯଥା ୧୦,୧୯୫ ସକ୍ରିୟ ମାମଲା ବୃଦ୍ଧି ପାଇଛି |

ବର୍ତ୍ତମାନ ଦେଶରେ ସୁସ୍ଥ ହାର ଅପେକ୍ଷା ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯେଉଁ କାରଣରୁ ସକ୍ରିୟ ମାମଲା ବଢୁଛି। କରୋନା ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷକୁ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଭାରତ ବିଶ୍ୱରେ ବର୍ତ୍ତମାନ ସପ୍ତମ ସ୍ଥାନକୁ ଆସିଛି।

କରୋନା ମହାମାରୀ ଆରମ୍ଭରୁ ଏଯାବତ ମୋଟ ତିନି କୋଟି ୨୯ ଲକ୍ଷ ୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୦ ଲକ୍ଷ ୬୩ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ପୁଣି ଚାରି ଲକ୍ଷ ନିକଟତର ହୋଇଛନ୍ତି | ସମୁଦାୟ ୩ ଲକ୍ଷ ୯୯ ହଜାର ୭୭୮ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ୬୭ କୋଟି ୯ ଲକ୍ଷ ୫୯ ହଜାର ଡୋଜ କରୋନା ଟିକା ସାରା ଦେଶରେ ଦିଆଯାଇଛି। ଶେଷ ଦିନରେ ୭୪.୮୪ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୨ କୋଟି ୬୫ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଶେଷ ଦିନରେ ୧୬.୬୬ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ସକାରାତ୍ମକତା ହାର ୩ ପ୍ରତିଶତରୁ କମ୍ ।

Comments are closed.