ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କୋରୋନା ରୋଗୀ ସୁସ୍ଥ, ଦିନକରେ ଆରୋଗ୍ୟ ହେଲେ ୨ ହଜାର ୫୧୯, ଖୋର୍ଧାରୁ ସର୍ବାଧିକ ୪୨୮

ଭୁବନେଶ୍ୱର : କୋରୋନା ସୁସ୍ଥତା କ୍ଷେତ୍ରରେ ପୁଣି ରେକର୍ଡ । ଦିନକରେ ରାଜ୍ୟରେ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ସୋମବାର ୨ ହଜାର ୫୧୯ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ମୋଟ ରୋଗୀ ସଂଖ୍ୟା ୫୬ ହଜାର ୯୨୪ରେ ପହଂଚିଛି ।

ନୂଆ ତାଲିକାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୭୬ ଓ ଗଂଜାମରୁ ୨୩୭ ଜଣ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୧୫୨ ଓ ରାୟଗଡାରୁ ୧୪୪ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୧୪୦ ଓ ସୁନ୍ଦରଗଡ ଜିଲ୍ଲାରୁ ୧୩୮ ସୁସ୍ଥ ହୋଇଛନ୍ତି ।

Comments are closed.