ବାରିପଦାରେ ଜାଲ୍ ନୋଟ ଜବତ, ୨ ଗିରଫ

ବାରିପଦା-ମୟୂରଭଞ୍ଜ ଜିଲ୍ଲାରେ ଏକ ଜାଲ ନୋଟ ରାକେଟ ଠାବ ହୋଇଛି । ୮୫ ହଜାର ଟଙ୍କାର ଜାଲ ନୋଟ୍ ଜବତ କରିଛି ବାରିପଦା ଟାଉନ ଥାନା ପୋଲିସ । ୧୧୦ଟି ୫ ଶହ ଟଙ୍କିଆ, ୩ ଶହଟି ଶହେ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଛି । ଏହି ମାମଲରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କଠାରୁ ମୋବାଇଲ ଜବତ କରାଯାଇଛି । ଅନୁଗୁଳ ହେମସୁରପଡାର ମାନିନୀ ପ୍ରଧାନ ବାରିପଦା ଟାଉନ ଥାନାକୁ ଏକ ଜାଲ୍ ନୋଟ ରାକେଟ ସଂପର୍କରେ ସୂଚନା ଦେଇଥିଲେ । ପରେ ଟାଉନ ଥାନା ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ଝାଡଖଣ୍ଡର ରଖହରି ରଣା ଓ ରାସବିହାରୀ ରଣା ।

Comments are closed.