କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା କୋଭାକ୍ସିନ୍‌କୁ ଖୁବ୍ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମାନ୍ୟତା ମିଳିବ । ସମ୍ଭବତଃ ଏହି ମାସରେ କୋଭାକ୍ସିନକୁ ଡବ୍ଲ୍ୟୁଏଚ୍‌ଓ ତାର ମଞ୍ଜୁରିପ୍ରାପ୍ତ ତାଲିକାରେ ସାମିଲ କରିପାରେ ।

ଡବ୍ଲ୍ୟୁଏଚ୍‌ଓ ଏଯାବତ୍ ଆମେରିକାର ଫାଇଜର, ଜନସନ୍ ଆଣ୍ଡ୍ ଜନସନ୍‌, ମଡେର୍ଣ୍ଣା ସହ ଚୀନ୍‌ର ସିନୋଫାମ୍ ଏବଂ ଅକ୍ସଫୋର୍ଡର ଆଷ୍ଟ୍ରାଜେନେକା ଟିକାକୁ ମାନ୍ୟତା ଦେଇଛି ।
ଭାରତରେ ଜରୁରିକାଳିନ ବ୍ୟବହାର ପାଇଁ ମଞ୍ଜୁରି ମିଳିଥିବା ୬ କୋଭିଡ୍ ଟିକା ମଧ୍ୟରୁ କୋଭାକ୍ସିନ୍ ଅନ୍ୟତମ । ଦେଶସାରା ଚାଲିଥିବା ଟିକାକରଣ ଅଭିଯାନରେ ସମ୍ପ୍ରତି କୋଭାକ୍ସିନ୍ ସହ କୋଭିଶିଲ୍ଡ ଓ ସ୍ପୁଟନିକ-ଭି ଟିକା ବ୍ୟବହାର କରାଯାଉଛି । କୋଭାକ୍ସିନକୁ ଡବ୍ଲ୍ୟୁଏଚ୍‌ଓ ମାନ୍ୟତା ମିଳିଲେ ଏହି ଟିକା ନେଇଥିବା ଲୋକ ବିଶ୍ୱର ଯେକୌଣସି ଦେଶକୁ ଯାତ୍ରା ବିନା କଟକଣାରେ ଯାତ୍ରା କରିପାରିବେ । ହାଇଦ୍ରାବାଦସ୍ଥିତ ଫାର୍ମା କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ‘କୋଭାକ୍ସିନ’ ଟିକା ପ୍ରସ୍ତୁତ କରାଯାଇଛି ।

ଜୁଲାଇରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଥିଲେ ଯେ, କୋଭାକ୍ସିନକୁ ଡବ୍ଲ୍ୟୁଏଚ୍‌ଓର ମାନ୍ୟତା ପାଇଁ ଜରୁରୀ ସବୁ କାଗଜପତ୍ର ଦାଖଲ ହୋଇସାରିଛି ।

Comments are closed.