ହୋମ୍ ଆଇସୋଲେସନରେ ଫାଭିଫିରାଭିର ଟାବଲେଟ୍ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି

ଭୁବନେଶ୍ୱର- କୋରୋନା ରୋଗୀ ଫାଭିଫିରାଭିର ଔଷଧ କେମିତି ବ୍ୟବହାର କରିବେ, ସେ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ଫାଭିଫିରାଭିର ଟାବଲେଟ୍ ବ୍ୟବହାର ନେଇ ରାଡିପ୍ ରେସପନ୍ସ ଟିମ୍ -ଆରଆରଟିକୁ ଦିଆଯିବ ପ୍ରଶିକ୍ଷଣ । ହୋମ ଆଇସୋଲେସନରେ ଥିବା କୋରୋନା ଆକ୍ରାନ୍ତଙ୍କୁ ମିଳିବ ଏହି ଫାଭିଭିରାଭିର ।

ଏ ନେଇ ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବବିଭାଗ ଚିଠି ଲେଖିଛି । ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ପରାମର୍ଶ ଓ ଲିଖିତ ଅନୁମତି କ୍ରମେ ଫାଭିଫିରାଭିର ବ୍ୟବହାର କରିବେ ରୋଗୀ । ବ୍ୟକ୍ତିଙ୍କ ସହମତିରେ ଏହି ଔଷଧକୁ ନେଇ ୫ ଦିନିଆ କୋର୍ସର ବ୍ୟବସ୍ଥା କରାଯାଇପାରିବ । ସୂଚନାଯୋଗ୍ୟ ଯେ, ସାମାନ୍ୟ ଓ ଲକ୍ଷଣବିହୀନ କୋରୋନା ରୋଗୀଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

Comments are closed.