ଗଂଜାମ ଜିଲ୍ଲାରେ ଦ୍ରୁତଗତିର ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା, ପ୍ରଥମ ଥର ପାଇଁ ଜିଲ୍ଲାରେ ସକ୍ରିୟ ମାମଲା ୪ ଶହରୁ ତଳେ, ସୁସ୍ଥ ହାର ପାଖାପାଖି ୯୭ ପ୍ରତିଶତ

ବ୍ରହ୍ମପୁର – ଗଂଜାମ ଜିଲ୍ଲାରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟ ସରକାରଙ୍କ ସକ୍ରିୟ ସମର୍ଥନ ଓ ଜିଲ୍ଲା ପ୍ରଶାସନରେ ଅକ୍ଲାନ୍ତ ପରିଶ୍ରମ ଓ ଅଭିନବ ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ଯୋଗୁଁ ଜିଲ୍ଲାରେ ଉଲ୍ଲେଖନୀୟ ଭାବେ ନିୟନ୍ତ୍ରଣ ହୋଇପାରିଛି କୋରୋନା । ଏପରିକି କୋରୋନା ନିୟନ୍ତ୍ରଣ ପାଇଁ ଗଂଜାମ ମଡେଲ୍ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା କିଛି ଜିଲ୍ଲା ସମେତ ଭୁବନେଶ୍ୱର ଓ କଟକ ପୌର ପ୍ରଶାସନକୁ କହିଛନ୍ତି ।

ଗଂଜାମ ଜିଲ୍ଲାରେ ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ବା ୫୦ରୁ କମ୍ ରହୁଛି । ୧୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ସକ୍ରିୟ କୋରୋନା ମାମଲା ଥିଲା ୩୮୭ । ପ୍ରଥମ ଥର ପାଇଁ ଜିଲ୍ଲାରେ କୋରୋନାର ସକ୍ରିୟ ସଂଖ୍ୟା ୪ ଶହ ତଳକୁ ଖସିଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ସଦ୍ୟ ସୂଚନା ଅନୁସାରେ ଜିଲ୍ଲାରେ ମୋଟ ସକ୍ରିୟ ସଂଖ୍ୟା ଏହି ମାସ ୧୪ ତାରିଖ ସୁଦ୍ଧା ୧୯ ହଜାର ୩୦୧ ଥିଲା । ଏଥିମଧ୍ୟରୁ  ୧୮ ହଜାର  ୬୯୧ ସୁସ୍ଥ ହୋଇସାରିଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ରହିଛି ୩୮୭ । ମୋଟ ୨୧୫ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ଗତ କିଛି ଦିନ ଧରି ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇଛି । ଜିଲ୍ଲାରେ  ସାମଗ୍ରିକ ସୁସ୍ଥ ହାର ୯୬ ଦଶମିକ ୮ ପ୍ରତିଶତ ରହିଛି ।

Comments are closed.