ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ, ଦିନକରେ ୭୫ ହଜାର ୮୩ ନୂଆ ରୋଗୀ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ପାର

ନୂଆଦିଲ୍ଲୀ – ଭାରତରେ ଗୋଟିଏ ଦିନରେ କୋରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଗତ କିଛି ଦିନ ଧରି ୯୦ ହଜାରରୁ ଅଧିକ କୋରୋନା ମାମଲା ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଂଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୭୫ ହଜାର ୮୩ ନୂଆ ରୋଗୀ । ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ପାର କରିଛି । ବର୍ତମାନ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ୧ ହଜାର ୫୩ ଲୋକଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଏ ଯାଏଁ ୪୪ ଲକ୍ଷ ୯୭ ହଜାର ୮୬୮ ଲୋକ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତମାନ ସକ୍ରିୟ କୋରୋନା ମାମଲାର ସଂଖ୍ୟା ୯ ଲକ୍ଷ ୭୫ ହଜାର ୮୬୧ ରହିଛି । ୮୮ ହଜାର ୯୩୫ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

Comments are closed.