ରାଜ୍ୟରେ ଦୈନିକ ସଂକ୍ରମଣରେ ନିମ୍ନଗତି, ଗତ ୨୪ ଘଂଟାରେ ୨ ହଜାର ୨୭୫ ନୂଆ ଆକ୍ରାନ୍ତ, ଖୋର୍ଧା ଜିଲ୍ଲାରୁ ୩୬୪

ଭୁବନେଶ୍ୱର- ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଦୈନନ୍ଦିନ ସଂକ୍ରମଣ ସଂଖ୍ୟା ପୁଣି ଥରେ ୩ ହଜାରରୁ ବେଶ୍ ତଳକୁ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୨ ହଜାର ୨୭୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୧୮ ଓ ସ୍ଥାନୀୟ ଅଂଚଳରୁ ୯୫୭ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୬୪, ସୁନ୍ଦରଗଡରୁ ୧୫୦, କଟକରୁ ୧୪୪, ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୧୧୧, ଝାରସୁଗୁଡାରୁ ୧୦୦, ମୟୂରଭଂଜରୁ ୧୧୦, ଯାଜପୁରରୁ ୮୨, ପୁରୀରୁ ୭୧, ବଲାଙ୍ଗିରରୁ ୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୯୩୭କୁ ବୃଦ୍ଧି ପାଇଛି । ତେବେ, ଏଥିମଧ୍ୟରୁ ୨ ଲକ୍ଷ ୩୦ ହଜାର ୧୯୨ ସୁସ୍ଥ ହୋଇସାରିଥିବାରୁ ସକ୍ରିୟ ମାମଲା ସଂଖ୍ୟା ମାତ୍ର ୨୫ ହଜାର ୬୩୫ ରହିଛି । ଏଣେ ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Comments are closed.