ନିଉୟର୍କ : ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୮ ଲକ୍ଷ ୬୧ ହଜାର ୨୩୪କୁ ବୃଦ୍ଧି ପାଇଛି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୮୯ ହଜାର, ବ୍ରାଜିଲରେ ୧ ଲକ୍ଷ ୨୨ ହଜାର ୬୮୧ ଜଣ ପ୍ରାଣ ହରାଇଛନ୍ତି । ଋଷିଆରେ ୧୭ ହଜାର ୨୯୯ ଓ ପେରୁରେ ୨୯ ହଜାର ୬୮ ରୋଗୀ ପ୍ରାଣ ହରାଇଛନ୍ତି । ବିଶ୍ୱରେ ମୋଟ ପଜିଟିଭ ମାମଲା ସଂଖ୍ୟା ୨ କୋଟି ୫୯ ଲକ୍ଷରେ ପହଂଚିଛି ।
ଏଥିମଧ୍ୟରୁ ୧ କୋଟି ୮୧ ଲକ୍ଷ ୯୩ ହଜାର ୫୩୭ ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଲେଣି । ବିଶ୍ୱ କୋରୋନା ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ ।