ଇସ୍ତଫା ଦେଲେ କ୍ରିକେଟ୍ ଅଷ୍ଟ୍ରେଲିଆ ଅଧ୍ୟକ୍ଷ ଏଡିଙ୍ଗ୍ସ

ମେଲବୋର୍ଣ୍ଣ: ଆର୍ଲ ଏଡିଙ୍ଗ୍ସ ସୋମବାର ଦିନ କେତେକ ପ୍ରଦେଶର ସମର୍ଥନ ଅଭାବରୁ କ୍ରିକେଟ୍ ଅଷ୍ଟ୍ରେଲିଆର (ସି.ଏ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ଗୁରୁବାର ବାର୍ଷିକ ସାଧାରଣ ସଭା (ଏଜିଏମ୍) ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ରିଚାର୍ଡ ଫ୍ରଡେନଷ୍ଟାଇନ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବରେ ନିଯୁକ୍ତ କରିଛି।

୨୦୧୮ ରେ ମଧ୍ୟବର୍ତ୍ତୀକାଳୀନ ଚେୟାରମ୍ୟାନ୍ ଭାବରେ ଏଡିଙ୍ଗସ୍ ଦାୟିତ୍ବ ଗ୍ରହଣ କଲେ | ଏକ ମାସ ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ବୋର୍ଡ ଦ୍ଵାରା ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଗୁରୁବାର ଏଜିଏମ୍‌ରେ ପୁନର୍ବାର ଏହି ପଦବୀ ପାଇଁ ତାଙ୍କ ପ୍ରାର୍ଥୀ ଉପସ୍ଥାପନ ନକରିବାକୁ ଏଡିଙ୍ଗ୍ ନିଷ୍ପତ୍ତି ନେଇଛନ୍ତି।

ଅଧ୍ୟକ୍ଷ ନିଯୁକ୍ତ ନହେବା ପର୍ଯ୍ୟନ୍ତ ବର୍ତ୍ତମାନର ନିର୍ଦ୍ଦେଶକ ଫ୍ରଏଡେନଷ୍ଟାଇନ ଏହି ପଦବୀରେ ରହିବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ଘୋଷଣା କରିଛି।

ସିଡନୀ ମର୍ନିଂ ହେରାଲ୍ଡ ରିପୋର୍ଟ ଅନୁଯାୟୀ କୁଇନ୍ସଲ୍ୟାଣ୍ଡ କ୍ରିକେଟ୍ ଏବଂ କ୍ରିକେଟ୍ ନ୍ୟୁ ସାଉଥ ୱେଲ୍ସ କ୍ରିକେଟ୍ ଅଷ୍ଟ୍ରେଲିଆ ନେତୃତ୍ବରେ ପରିବର୍ତ୍ତନ ଚାହୁଁଥିଲେ।

Comments are closed.