ସଡ଼କ ଦୁର୍ଘଟଣାରେ ଚାଲିଗଲେ ଆଣ୍ଡ୍ରୁ ସାଇମଣ୍ଡସ

ମେଲବୋର୍ଣ୍ଣ – ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ‌। ମାତ୍ର ୪୬ ବର୍ଷ ବୟସରେ ଆଖି ବୁଜି ଛନ୍ତି ସାଇମଣ୍ଡସ । ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସାଇମଣ୍ଡସ । ସାଇମଣ୍ଡସ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୪ଟି ଟି୨୦ ଆନ୍ତର୍ଜାତିକୀ ଖେଳିଥିଲେ । ୨୦୦୮ରେ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ସାଇମଣ୍ଡସ -ହରଭଜନ ସିଂହ ବିବାଦ ବେଶ ଚର୍ଚ୍ଚିତ ହୋଇଥିଲା ‌‌। ପରେ ସେ ଓ ହରଭଜନ ଗୋଟିଏ ଆଇପିଏଲ ଟିମ୍ ପାଇଁ ଖେଳିଥିଲେ ‌।

Comments are closed.