ସବୁ ଫର୍ମାଟ୍‌ରୁ ଡେଲ୍ ଷ୍ଟେନ୍‌ଙ୍କ ଅବସର

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୧୭ ବର୍ଷର ଗୌରବମୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି । ଏହି ୩୮ ବର୍ଷୀୟ ବୋଲର ଟ୍ୱିଟ୍ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ନିଜ ଜାଜୁଲ୍ୟମାନ ଅନ୍ତର୍ଜାତୀୟ କ୍ୟାରିୟରେ ଷ୍ଟେନ୍ ୯୩ଟି ଟେଷ୍ଟ, ୧୨୫ଟି ଦିନିକିଆ ଏବଂ ୪୭ ଟି୨୦ ଖେଳିଛନ୍ତି ।

ଷ୍ଟେନ୍ ପୂର୍ବରୁ ୨୦୧୯ରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ସେ କେବଳ ଦିନିକିଆ ଓ ଟି୨୦ ଖେଳିବା ଜାରି ରଖିଥିଲେ ।

ଆଧୁନିକ ଯୁଗର ଅନ୍ୟତମ ମହାନ ବୋଲର ଭାବେ ବିବେଚିିତ ଷ୍ଟେନ୍ ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଷ୍ଟେନ୍ ୯୩ଟି ଟେଷ୍ଟରୁ ୪୩୯ ୱିକେଟ୍ ନେଇଥିବା ବେଳେ ୧୨୫ଟି ଦିିନିକିଆରୁ ୧୯୬ ୱିକେଟ୍ ହାସଲ କରିଛନ୍ତି । ସେ ୪୭ଟି ଟି୨୦ ଖେଳିଥିବା ବେଳେ ଏହି ଫର୍ମାଟରେ ୬୪ଟି ୱିକେଟ୍ ନେଇଛନ୍ତି । ସେ ଆଇପିଏଲ୍‌ରେ ବିଭିନ୍ନ ଫ୍ରାଞ୍ଚାଇଜ୍ ପାଇଁ ଖେଳିଥିଲେ । ଷ୍ଟେନ୍ ଆଇପିଏଲ୍‌-୨୦୨୧ରୁ ଓହରି ଯାଇଥିଲେ ।

Comments are closed.