ଶିକ୍ଷକଙ୍କ ହାଣ୍ଡିରୁ ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ପିଟି ପିଟି ହତ୍ୟା

ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାରେ ଜଣେ ଦଳିତ ଛାତ୍ରଙ୍କୁ ପିଟି ପିଟି ହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଜାଲୋର ଜିଲ୍ଲାର ସାୟଲା ପୋଲିସ ଥାନା ଅନ୍ତର୍ଗତ ସୁରାନା ଗ୍ରାମର ଏକ ଘରୋଇ ସ୍କୁଲରେ ଘଟିଛି । ଛାତ୍ରଙ୍କର ଭୁଲ୍ କେବଳ ଏତିକି ଥିଲା ଯେ ସେ ସ୍କୁଲ୍ ଅପରେଟରଙ୍କ ପାତ୍ରରୁ ପାଣି କାଢ଼ି ପିଇଥିଲେ । ଏଥିପାଇଁ ତାକୁ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଟିର ମୃତ୍ୟୁ ହୋଇଛି ।

ମୃତ ଛାତ୍ର ଇନ୍ଦ୍ର କୁମାର ବୋଲି ଜଣାପଡିଛି। ସେ ସୁରାନା ଗ୍ରାମ ସରସ୍ଵତୀ ଶିଶୁ ମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ର ଥିଲା । ଏହି ମାମଲାରେ ମୃତ ଛାତ୍ରଙ୍କ ମାମୁଁ କିଶୋର କୁମାର ସାୟଲା ପୋଲିସ ଥାନାରେ ସ୍କୁଲ ଅପରେଟର ଛାୟଲ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତିି।

ବର୍ତ୍ତମାନ ପୋଲିସ ଏସସି-ଏସସି ନିର୍ଯାତନା ଆଇନ ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥି ସହ ପୋଲିସ ଘରୋଇ ସ୍କୁଲ ଅପରେଟରଙ୍କୁ ମଧ୍ୟ ଗିରଫ କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ସୁରାନା ଗ୍ରାମରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.