ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଏସପିରୁ ସାଂସଦ ଦାନିଶ ଅଲି ନିଲମ୍ବିତ 

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ଏହାର ସାଂସଦ ଦାନିଶ ଅଲିଙ୍କୁ ଦଳରୁ ନିଲମ୍ବିତ କରିଛି। ଅଲି ଅମରୋହାରୁ ସାଂସଦ ଅଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି କୁହାଯାଇଛି । କଂଗ୍ରେସ ସହ ତାଙ୍କ ଘନିଷ୍ଠତା ବଢୁଥିବା ଯୋଗୁଁ ଦାନିଶ୍ ଅଲିଙ୍କ ବିରୋଧରେ ବିଏସପି ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି।

ସେପ୍ଟେମ୍ବରରେ ସଂସଦରେ ଦାନିଶ୍ ଅଲିଙ୍କ ପ୍ରତି ଦିଲ୍ଲୀର ବିଜେପି ସାଂସଦ ରମେଶ ବିଧୁଡି ଆପତ୍ତିଜନକ ଭାଷା ପ୍ରୟୋଗ କରିବା ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାନିଶ୍ ଅଲିଙ୍କୁ ତାଙ୍କ ବାସଭବନରେ ପହଞ୍ଚି ସମର୍ଥନ ଜଣାଇଥିଲେ। ଅଲି ଏଥିପାଇଁ ରାହୁଲଙ୍କୁ କୃତଜ୍ଞତା ଜଣାଇଥିଲେ। ରାହୁଲଙ୍କ ବ୍ୟତୀତ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ବି ଅଲିଙ୍କୁ ତାଙ୍କ ବାସଭବନରେ ଭେଟି ଆଶ୍ବାସନା ଦେଇଥିଲେ । କଂଗ୍ରେସ ପ୍ରତି ନିକଟତର ହେବା ଯୋଗୁଁ ଦାନିଶ୍ ଅଲିଙ୍କୁ ବିଏସପି ଚେତାବନୀ ଦେଇଥିଲା ।

Comments are closed.