୨୦୦୭ ପରେ ଦିଲ୍ଲୀରେ ରେକର୍ଡ ବର୍ଷା

ନୂଆଦିଲ୍ଲୀ:ପ୍ରବଳ ବର୍ଷାରେ ଭିଜିଛି ଜାତୀୟ ରାଜଧାନୀ ଦିଲ୍ଲୀ । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୪ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ୨୦୦୭ ପରେ ଦ୍ୱିତୀୟ ସର୍ବାଧିକ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ଏହି ସୂଚନା ଦିଆଯାଇଛି ।

ରବିବାର ସକାଳ ୮.୩୦ ପର୍ଯ୍ୟନ୍ତ ଦିଲ୍ଲୀରେ ୭୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଶନିବାର ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୧୦ ଡିଗ୍ରୀ କମି ଯାଇଥିଲା । ଯାହା ଫଳରେ ଦିନ ଓ ରାତିର ତାପମାତ୍ରା ମଧ୍ୟରେ ଅନ୍ତର ରେକର୍ଡ ସ୍ତରକୁ ଖସି ଆସିଥିଲା |

ଆଇଏମଡି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନର ବର୍ଷା ମୌସୁମୀ ବର୍ଷା ନୁହେଁ। ହାରାହାରି ବର୍ଷା (୬୫୩.୬) ତୁଳନାରେ ୫୧୬ ମିଲିମିଟର ବର୍ଷା ରେକର୍ଡ କରିବା ପରେ ମୌସୁମୀ ସେପ୍ଟେମ୍ବର ୨୯ରେ ରାଜଧାନୀରୁ ବିଦାୟ ନେଇଥିଲା ।

ଆଇଏମଡି ଅନୁଯାୟୀ, ଏହି ଅଞ୍ଚଳରେ ମୌସୁମୀ ପରେ ବର୍ଷା ହେବାର କାରଣ ହେଉଛି ମଧ୍ୟ ଏବଂ ଉପର ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ।

ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ବର୍ଷା କାରଣରୁ ଆର୍ଦ୍ରତା ପାଇଁ ମୁଖ୍ୟତଃ ପୂର୍ବା ପବନ ଦାୟୀ | ଏହା ଗୁଜୁରାଟ ଏବଂ ପୂର୍ବ ରାଜସ୍ଥାନର ଆରବ ସାଗରରୁ ଦିଲ୍ଲୀ ଅଞ୍ଚଳ ଦେଇ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ବହିଥାଏ।

କ୍ରମାଗତ ଦ୍ୱିତୀୟ ଦିନ ଲଗାଣ ବର୍ଷା ପରେ ରବିବାର ଜାତୀୟ ରାଜଧାନୀରେ ବାୟୁର ମାନ ‘ସନ୍ତୋଷଜନକ’ ବର୍ଗକୁ ଉନ୍ନୀତ ହୋଇଛି।

Comments are closed.