ଦିଲ୍ଲୀରେ ମଙ୍କିପକ୍ସ ରୋଗୀ ଚିହ୍ନଟ, ଦେଶର ଚତୁର୍ଥ ମାମଲା

ନୂଆଦିଲ୍ଲୀ: କେରଳ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ପଶ୍ଚିମ ଦିଲ୍ଲୀରେ ରହୁଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର କୌଣସି ଭ୍ରମଣ ଇତିହାସ ନାହିଁ | ଦିଲ୍ଲୀ ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର ଚାରିଟି ମାମଲା ରିପୋର୍ଟ ହୋଇଛି। ଆଉ ତିନୋଟି ମାମଲା କେରଳରୁ ରିପୋର୍ଟ ହୋଇଥିଲା ଏବଂ ତିନିଜଣ ଆକ୍ରାନ୍ତ ବ୍ୟକ୍ତି ବିଦେଶରୁ ଫେରିଥିଲେ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ‘ଗ୍ଲୋବାଲ୍ ହେଲଥ ଇମର୍ଜନ୍ସି’ ତଥା ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୫ଟି ଦେଶରେ ୧୬ ହଜାର ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.