ଶ୍ରୀଜିଉଙ୍କ ସୁବର୍ଣ୍ଣବେଶ ପାଇଁ ଦାତା ଦାନ କଲେ ପ୍ରାୟ ୫ କିଲୋ ସୁନା ଅଳଙ୍କାର

ପୁରୀ- ଶ୍ରୀମନ୍ଦିରକୁ ଜଣେ ଦାତା ୪ କିଲୋ ୮୫୮ ଗ୍ରାମ ସୁନା ଦାନ କରିଛନ୍ତି । ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶ ପାଇଁ ଦାତାଜଣକ ଅଳଙ୍କାର ଦାନ କରିଛନ୍ତି । ୪ କିଲୋ ୮୫୮ ଗ୍ରାମ ସୁନା ଓ ୩ କିଲୋ ୮୭୬ ଗ୍ରାମ ରୁପାରେ ନିର୍ମିତ ହୋଇଛି ଅଳଙ୍କାର ।

ଏଥିରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ, ୨ଟି ଝୋବା, ଦେବୀ ସୁଭଦ୍ରାଙ୍କ ୨ଟି ତଡକୀ, ୨ଟି ଝୋବା ରହିଛି । ଶ୍ରୀମନ୍ଦିର ନାଜିର ଗୋଦାମ ଗୃହର ଷ୍ଟ୍ରଙ୍ଗରୁମରେ ଅଳଙ୍କାରଗୁଡିକୁ ରଖାଯାଇଛି ।

Comments are closed.