ଡିଜିପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ କୋରାପୁଟ ଓ ମାଲକାନଗିରି ଗସ୍ତ, ଦୁଇ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା

ଭୁବନେଶ୍ୱର : ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା ପାଇଁ ଓଡିଶା ପୋଲିସ ଡିଜି ଅଭୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଏହାଛଡା କୋଭିଡ ମହାମାରୀ ପରିପ୍ରେକ୍ଷୀରେ ପୋଲିସ କର୍ମଚାରୀଙ୍କ ସ୍ଥିତି ସଂପର୍କରେ ବି ସେମାନେ ପଚାରି ବୁଝିଛନ୍ତି ।

ଡିଜିପି ଅଭୟଙ୍କ ସମେତ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜିପି,ଅପରେସନ ଅମିତାଭ ଠାକୁର ପ୍ରମୁଖ ଦୁଇ ଜିଲ୍ଲା ଗସ୍ତ କରି ନକ୍ସଲ ଦମନ ଅଭିଯାନ ସହ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ସେମାନେ ଦୁଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଏହାଛଡା ଗଂଜେଇ ଚାଷ ଓ ଚାଲାଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପର ବି ସମୀକ୍ଷା କରାଯାଇଛି । କୋରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀଙ୍କ ସହିତ ଡିଜିପି ଅଭୟ ଓ ଗୁଇନ୍ଦା ବିଭାଗ ମୁଖ୍ୟ ଆର.କେ ଶର୍ମା କଥାବାର୍ତ୍ତା କରି ସେମାନଙ୍କ ମନୋବଳ ବଢାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ବିଭିନ୍ନ ଉନ୍ନୟନମୂଳକ କାମ ହେଉଥିବାରୁ କୋରାପୁଟ ଓ ମାଲକାନଗିରିରେ ନକ୍ସଲ କାଯ୍ୟ ର୍କଳାପ ବହୁମାତ୍ରାରେ ହ୍ରାସ ପାଇଛି ।

Comments are closed.