ମୈନପୁରୀ ଉପନିର୍ବାଚନ: ଡିମ୍ପଲ୍ ଯାଦବ ଆଗୁଆ

ଲକ୍ଷ୍ନୌ: ମୈନପୁରୀ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ପାଇଁ ଭୋଟ୍ ଗଣତି ଜାରି ରହିଛି । ​​ପ୍ରାରମ୍ଭିକ ଟ୍ରେଣ୍ଡ ମୁତାବକ ମୁଲାୟମ ସିଂହ ଯାଦବଙ୍କ ବୋହୂ ତଥା ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ବିଜେପିର ରଘୁରାଜ ସିଂ ଶାକିଆଙ୍କ ବିରୋଧରେ ବଡ଼ ଅଗ୍ରଣୀ ହାସଲ କରିଛନ୍ତି। ଡିମ୍ପଲ୍ ଯାଦବ ୨୦,୭୭୯ ଭୋଟରେ ଆଗୁଆ ଅଛନ୍ତି | ଏପର୍ଯ୍ୟନ୍ତ ଡିମ୍ପଲ୍ ଯାଦବଙ୍କୁ ୪୯,୧୩୭ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରଘୁରାଜ ସିଂ ଶାକିଆ ୨୦,୭୭୯ ଭୋଟ୍ ପାଇଛନ୍ତି।

ମୈନପୁରୀ ସମାଜବାଦୀ ପାର୍ଟିର ଗଡ଼ ରହିଆସିଛି । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଏହି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା ।

Comments are closed.