ଏଥର ବି ବାଣ ଫୁଟାଇ ପାରିବେ ନାହିଁ ଦିଲ୍ଲୀବାସୀ, ଲାଗିଲା କଟକଣା

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଥର ମଧ୍ୟ ଜାତୀୟ ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ଧରି ଦିଲ୍ଲୀରେ ବାଣଫୁଟା ନିଷିଦ୍ଧ ହୋଇଛି ।

ଗତବର୍ଷ ବାୟୁ ପ୍ରଦୂଷଣ ସହ କରୋନା ସଙ୍କଟ କାରଣରୁ ଅରବିନ୍ଦ କେଜ୍ରିୱାଲ ସରକାର ବାଣ ଫୁଟାଇବା ଉପରେ କଟକଣା ଲଗାଇଥିଲେ ।

ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚି ଯାଏ । ଗତ ତିନି ବର୍ଷ ଧରି ଏଭଳି ସାଂଘାତିକ ସମସ୍ୟାର ସାମ୍ନା କରିଛି ଦିଲ୍ଲୀ । ଏହି ସମସ୍ୟା ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତଥର ଭଳି ଏଥର ମଧ୍ୟ ବାଣ ବିକ୍ରି ଓ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ କହିଛନ୍ତି ।

Comments are closed.